ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ ଆଗତ
ନୂଆଦିଲ୍ଲୀ (ସଂକେତ ଟିଭି) କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟ ସଭାରେ ଦିଲ୍ଲୀ ସେବା ବିଲ ଆଗତ କରିଛନ୍ତି। ଗତ ଅଗଷ୍ଟ ୩ରେ ଲୋକସଭାରେ ଭଏସ୍ ଭୋଟ୍ ଦ୍ୱାରା ଏହି ବିଲ୍ ପାରିତ ହୋଇଥିଲା । ଏହି ବିଲ୍ ଆଜି ରାଜ୍ୟସଭାରେ ଆଗତ ହୋଇଛି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ପରେ ମେ ମାସରେ ଦିଲ୍ଲୀରେ ସେବା ବିଲ୍ ଆଣିବା ପାଇଁ ସରକାର ଘୋଷଣା କରିଥିଲେ।
ସମ୍ପ୍ରତି ରାଜ୍ୟସଭାରେ ସମୁଦାୟ ୨୪୫ ଟି ସିଟ୍ ଅଛି ଯେଉଁଥିରୁ ଆଠଟି ଖାଲି ଅଛି ଏବଂ ମୋଟ ସିଟ୍ ସଂଖ୍ୟା ୨୩୭ ରେ ପହଞ୍ଚିଛି। ରାଜ୍ୟସଭାରେ ବିଲ୍ ପାସ୍ କରିବାକୁ ହେଲେ ୧୧୯ ସଦସ୍ୟଙ୍କ ଭୋଟ ଦରକାର । ଅନ୍ୟ ପଟେ ମିଳିତ ସାମୁଖ୍ଯ ଇଣ୍ଡିଆ ପାଖରେ ୧୦୫ ଜଣ ସଦସ୍ୟ ଅଛନ୍ତି।
ସେପଟେ ଆଜି ସଂସଦର ମୌସୁମୀ ଅଧିବେଶନରେ ବିରୋଧୀ ସରକାରଙ୍କୁ ଘେରିରହିଛନ୍ତି । ଆଜି ବି ମଣିପୁର, ନୁହ ଏବଂ ଦିଲ୍ଲୀ ସେବା ବିଲକୁ ନେଇ ଚର୍ଚ୍ଚା ଜୋର ଧରିଛି।