FeaturedGeneralLatestPolitics

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଲେ ସାରା ଭାରତ ମୋ ଘର

ନୂଆଦିଲ୍ଲୀ (ସଂକେତ ଟିଭି) କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ସରକାରୀ ବଙ୍ଗଳା ଫେରି ପାଇଛନ୍ତି । ଲୋକସଭା ସଦସ୍ୟତା ଫେରିପାଇବାର ଗୋଟିଏ ଦିନ ପରେ ପୁଣି ତାଙ୍କୁ ୧୨ତୁଗଲକ ଲେନରେ ଥିବା ସରକାରୀ ବଙ୍ଗଳା ଫେରାଇ ଦିଆଯାଇଛି । ବାସଭବନ ମିଳିବା ପରେ ରାହୁଲ କହିଛନ୍ତି, ସାରା ଭାରତ ହେଉଛି ମୋ ଘର।

ସୂଚନା ଅନୁସାରେ ୨୦୧୯ ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ସୁରତ ସେସନ୍‌ ଅଦାଲତ ରାହୁଲ୍‌ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡ ଦେଇଥିଲେ। ଏହାପରେ ଲୋକସଭାର ନିୟମ ମୁତାବକ ତାଙ୍କ ସଂସଦ ସଦସ୍ୟତା ରଦ୍ଧ କରାଯିବା ସହ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳା ତାଙ୍କଠାରୁ ଫେରାଇ ନିଆଯାଇଥିଲା । ଏହା ପରେ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ଅଗଷ୍ଟ ୪ ତାରିଖ ଦିନ ଏହି ମାମଲାର ଚୂଡ଼ାନ୍ତ ବିଚାର ହେବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ରଖିଛନ୍ତି।

ତେବେ ଲୋକସଭା ସଦସ୍ୟତା ରଦ୍ଦ ହେବାପରେ ଲୋକସଭା ହାଉସିଂ କମିଟି ପକ୍ଷରୁ ତାଙ୍କୁ ଏପ୍ରିଲ ୨୨, ୨୦୨୩ ସୁଦ୍ଧା ବଙ୍ଗଳା ଛାଡ଼ିବାପାଇଁ ନୋଟିସ୍‌ କରାଯାଇଥିଲା। ଏହା ପରେ ରାହୁଲ ନିଜ ବଙ୍ଗଳାରୁ ସମସ୍ତ ଜିନିଷପତ୍ର ନେଇ ବଙ୍ଗଳା ଛାଡ଼ିଥିଲେ।ତେବେ ୨୦୦୫ରୁ ରାହୁଲ ୧୨ ତୁଗଲକ ଲେନ୍‌ ବଙ୍ଗଳାରେ ରହି ଆସୁଥିଲେ। ବଙ୍ଗଳା ଛାଡ଼ିବାପରେ ରାହୁଲ ମା’ ସୋନିଆଙ୍କ ସହ ୧୦ ଜନପଥସ୍ଥିତ ବାସଭବନ ରହୁଥିଲେ।