FeaturedLatestNews

ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ବାଲେଶ୍ବର (ସଂକେତ ଟିଭି) ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ଅଧୀନସ୍ଥ ହାତୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ରାଇବଣିଆ ଥାନା ସର୍ଦ୍ଦାରବନ୍ଧ ପଞ୍ଚାୟତ ଶଙ୍ଖାଭଙ୍ଗା ଗଙ୍ଗାଧର ମହାନ୍ତ(୪୫)। ଏହାକୁ ନେଇ ହସ୍ପିଟାଲରେ ଉତ୍ତେଜନା ଲାଗିରହିଛି।

ସୂଚନା ଅନୁସାରେ, ଗଙ୍ଗାଧରଙ୍କ ଝାଡ଼ା ଲାଗି ରହିବାରୁ ପରିବାର ଲୋକେ ଗତ ଗୁରୁବାର ଦିନ ତାଙ୍କୁ ଚିକିତ୍ସା ପାଇଁ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳୁ ଭୋର ୪ଟା ସମୟରେ ମୃତ୍ୟୁ ଘଟିଛି। ରୋଗୀଙ୍କ ଅବସ୍ଥା ଗୁରୁତର ଥିଲେ ମଧ୍ୟ ଗତକାଲି ମାତ୍ର ଦୁଇ ଥର ମାତ୍ର ଡାକ୍ତର ରୋଗୀ ଦେଖିବାକୁ ଆସିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।