FeaturedLatestNews

ଅଜାଙ୍କ ଦଶାହ କର୍ମ କରି ଗାଧୋଉଥିବା ବେଳେ ପାଣିରେ ବୁଡି ଦୁଇ ନାତି ମୃତ

ସୋର (ସଂକେତ ଟିଭି) ଅଜାଙ୍କ ଦଶାହ କର୍ମ ହେଲା କାଳ ଲଣ୍ଡା ହୋଇ ଗାଧୋଉଥିଲା ବେଳେ ପାଣି ରେ ବୁଡି ଦୁଇ ନାତି ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ୱାଦା ଅଞ୍ଚଳ ରେ । ୱାଦା ଅଞ୍ଚଳ ର ସ୍ବର୍ଗତ ବିଷ୍ଣୁ ଚରଣ ପାଢ଼ୀ ଙ୍କ ଦଶାହ କର୍ମ ରେ ଯୋଗ ଦେବା ପାଇଁ ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ (22) ଓ ବିଦୁ ଅଞ୍ଚଳର ଚନ୍ଦନ କର (24) ପଥରକଟା ଘାଟତୁଠ ନିକଟରେ ଥିବା ଏକ ଗାଡ଼ିଆରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇଥିଲେ। ଦୀଦୀର୍ଘ ସମୟ ପରେ ସମ୍ପର୍କୀୟମାନେ ଜାଣିପାରି ଉକ୍ତ ଗାଡ଼ିଆରୁ ଉଭୟଙ୍କୁ ଉଦ୍ଧାର କରି ଚନ୍ଦନଙ୍କୁ ବାଗୁଡ଼ି ଡାକ୍ତରଖାନାକୁ ନେଇଥିବା ବେଳେ ସୁଶାନ୍ତଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।