ଓଡ଼ିଶାରେ ଗଡ଼ିବ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍
ଭୁବନେଶ୍ୱର (ସଂକେତ ଟିଭି) ଖୁବ୍ଶୀଘ୍ର ଓଡ଼ିଶାରେ ଗଡ଼ିବ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ରାଉରକେଲାରୁ ଭୁବନେଶ୍ୱର ରୁଟରେ ବନ୍ଦେ ଭାରତ ଟ୍ରେନ ଚଳାଇବାକୁ ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭୁବନେଶ୍ୱରରେ ରାଜଧାନୀ ଏକ୍ସପ୍ରେସରେ ତେଜସ୍ କୋଚର ଶୁଭାରମ୍ଭ କରିବା ଅବସରରେ ଘୋଷଣା କରିଛନ୍ତି ।
ଦ୍ୱିତୀୟ ବନ୍ଦେ ଭାରତ ପାଇଁ ରୁଟ୍ ଚାର୍ଟ ପ୍ରସ୍ତୁତି ସରିଛି । ଏହା ପୁରୀରୁ ଭୁବନେଶ୍ବର, କଟକ, ଢେଙ୍କାନାଳ, ଅନୁଗୁଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ରାଉରକେଲା ଯାଏ ଚାଲିବ। ଚଳିତ ବର୍ଷ ଗତ ମେ ମାସ ୧୮ ତାରିଖରେ ରାଜ୍ୟରେ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ । ସେତେବେଳେ ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କରିଥିଲେ । ପୁରୀରୁ ରାଉରକେଲା ଓ ଭୁବନେଶ୍ୱରରୁ ହାଇଦ୍ରାବାଦ ।