FeaturedLatestNewsPolitics

ବରଗଡ଼ ସାଂସଦ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ (ସଂକେତ ଟିଭି) ବିଜେପିର ବରିଷ୍ଠ ନେତା ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ବେଶ୍ କିଛି ଦିନ ପୂର୍ବରୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ସେ ଦିଲ୍ଲୀ ଏମ୍ସ ଯାଇ ଆବଶ୍ୟକ ପରୀକ୍ଷା କରାଇଥିଲେ। ତାଙ୍କ ହାର୍ଟରେ ଏକାଧିକ ବ୍ଳକେଜ ଥିବା ପରୀକ୍ଷା ବେଳେ ଜଣାପଡ଼ିଥିଲା। ସେଥିପାଇଁ ଅପରେସନ ଆବଶ୍ୟକ ବୋଲି ଡାକ୍ତର କହିଥିଲେ।

ତେବେ ଆଜି ଦିନ ପ୍ରାୟ ୧୨ଟା ବେଳେ ଅସ୍ତ୍ରୋପଚାର ଜରିଆରେ ତାଙ୍କ ହୃତପିଣ୍ଡରେ ୪ଟି ଷ୍ଟେଣ୍ଟ ଲଗାଯାଇଛି। ସେ ଏମସ୍ ର କାର୍ଡିଓଲୋଜି ଡିପାର୍ଟମେଣ୍ଟରେଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।