FeaturedLatestNews

ସ୍ୱାଧୀନତା ଦିବସ ପାଳନ ସମୟରେ ଧରାପଡିଲେ ନକଲି ଯବାନ

ପୁରୀ (ସଂକେତ ଟିଭି) ସ୍ୱାଧୀନତା ଦିବସ ଅବସରରେ ଧରାପଡିଲେ ନକଲି ଯବାନ । ପୁରୀ ଜିଲ୍ଲା ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ନକଲି ଯବାନ ପୋଷାକ ପିନ୍ଧି ଆସି ଜଣେ ଯୁବକକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଅଟକ ନକଲି ଯବାନ ପୁରୀ କୁମ୍ଭାରପଡା ଅଞ୍ଚଳର ସୁନୀଲ କୁମାର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ସୁନୀଲ ତାଳବଣିଆ ଇଣ୍ଡୋର ଷ୍ଟାଡିୟମକୁ ନକଲି ଯବାନ ପୋଷାକ ପିନ୍ଧି ଆସିଥିଲେ। ଗଣମାଧ୍ୟମ ପାଇଁ ଉଦ୍ଧିଷ୍ଟ ଟେଣ୍ଟରେ ସେ ମୁହଁରେ କପଡ଼ା ବାନ୍ଧି ଏନସିସି ଅଧିକାରୀଙ୍କ ପାଖରେ ବସି ରହିଥିଲେ। ଏନେଇ ସୁନୀଲଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା। ପରେ ପଚରାଉଚରା କରିବାପରେ ସୁନୀଲ ନକଲି ଯବାନ ବୋଲି ଜଣାପଡ଼ିଥିଲା। ପୁଲିସ ସୁନୀଲଙ୍କୁ ଅଟକ ରଖି ପଚରାଉଚରା କରୁଛି।

ତେବେ ସୁନୀଲ କେଉଁ ଉଦ୍ଦେଶ୍ୟ ନେଇ ପଡିଆକୁ ଆସିଥିଲେ, ସୁରକ୍ଷା ବ୍ୟବସ୍ଥା ଏତେ କଡ଼ାକଡ଼ିଥିବା ସ୍ୱତ୍ତେ କିପରି ଷ୍ଟାଡିୟମ ଭିତରକୁ ପ୍ରବେଶ କଲେ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।