FeaturedLatestNews

୨୯ନାଗ ସାପ ଉଦ୍ଧାର, ଜଣେ ମହିଳାଙ୍କ ସମେତ ୩ ଗିରଫ

ବାଲିଆପାଳ (ଉମାକାନ୍ତ ନାୟକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ତଥା ଲଙ୍ଗଳେଶ୍ବର ରେଞ୍ଜ ପଞ୍ଚୁପାଲି ଅଞ୍ଚଳ ରେ ବାଲେଶ୍ବର ଚାନ୍ଦିପୁର ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୯ନାଗ ସାପ ଉଦ୍ଧାର କରାଯାଇଛି । ଏହି ଘଟଣାରେ ଭୋଗରାଇ ଅଞ୍ଚଳର କମଳ ଲୋଚନ ପଣ୍ଡା, ଭେଲୋରା ଗୌରାଙ୍ଗ ମହାନ୍ତି ଓ ଗମ୍ଭାରିଆ ଅଞ୍ଚଳର ମମତା ମହାରଣା ଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ବିଷଧର ସାପ କୁ ବାହାର ରାଜ୍ୟ କୁ ଚାଲାଣ ତଥା ସାପ ଠାରୁ ବିଷ ସଂଗ୍ରହ କରି ବିକ୍ରି କରୁଥିବା ରାକେଟ ସମ୍ବନ୍ଧରେ କୌଣଷି ସୂତ୍ରରୁ ବନ ବିଭାଗ ଖବର ପାଇ ଏକ ସାପ ଉଦ୍ଧାରକାରୀ ଦଳ ସହାୟତାରେ ବନ ବିଭାଗ ଚଢାଉ କରିଥିଲା । ଦୁଇ ଜଣଙ୍କ ଘରୁ ୨୯ନାଗ ଉଦ୍ଧାର କରାଯାଇଥିଲା । ତେବେ ଏତେ ଗୁଡାକ ବିଷଧର ସାପ କେଉଁଠୁ ଆସିଲା ଏମାନଙ୍କ ନିକଟରୁ ତାହା ବନ ବିଭାଗ ଖୋଳତାଡ କରୁଛି । ସେହିଭଳି ସାପ ଠାରୁ ବିଷ କାଢ଼ିବା ପାଇଁ ବିଭିନ୍ନ ସାମଗ୍ରୀ କୁ ମଧ୍ୟ ଜବତ କରିଛି ବନ ବିଭାଗ । କିଛି ସାପର ଆଖି ଫୁଟି ଯାଇଥିବା ବେଳେ କିଛି ସାପ ର ଦାନ୍ତ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ସେହି ସାପ ଗୁଡିକୁ ଗାଁ ଯାତ୍ରାରେ ମନୋରଞ୍ଜନ ପାଇଁ ବ୍ୟବହାର କରାଯାଉଥିବା ଅଭିଯୁକ୍ତଙ୍କ ପକ୍ଷରୁ କୁହାଯାଇଥିବା ଜଣାପଡିଛି ।