ହଜାରେ କୋଟିର କ୍ରିପ୍ଟୋ ନିବେଶ ଠକେଇ : ଆଉ ଜଣେ ଗିରଫ
ଭୁବନେଶ୍ବର (ସଂକେତ୍ ଟିଭି ) କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର କୋଟି ଟଙ୍କା ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ରତ୍ନାକର ପଲେଇ ।
ସୂଚନା ଅନୁସାରେ, ଇଓଡବ୍ଲୁ ପାଖକୁ ଭଦ୍ରକ, ବାଲେଶ୍ବର, ଭୁବନେଶ୍ବର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରେ କ୍ରିପ୍ଟୋ କରେନ୍ସି କାରବାରରେ ଠକେଇ ହେଉଥିବା ଅଭିଯୋଗ ଆସିଥିଲା। ତଦନ୍ତ ସମୟରେ ଏସ୍ଟିଏ ସଂସ୍ଥାର କାରନାମା ପଦାକୁ ଆସିଥିଲା। ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡ଼ିଶା ମୁଖ୍ୟ ନିରଦ ଦାସ ପୂର୍ବରୁ ଗିରଫ ହୋଇଥିଲେ । ରତ୍ନାକର ଉକ୍ତ ସଂସ୍ଥା ପାଇଁ କାମ କରୁଥିଲେ। ସେ ଉକ୍ତ ସଂସ୍ଥାର ସୋସିଆଲ ମିଡିଆ ହେଡ ଭାବେ କାର୍ଯ୍ୟରତ ଥିଲେ। ରତ୍ନାକର କର୍ଣ୍ଣାଟକ ଯୁନିର୍ଭସିଟିରୁ M. TECH ଓ IT ପାସ ଆଉଟ କରିଛନ୍ତି ।
ଏହି ସଂସ୍ଥାରେ ସାରା ଦେଶରେ ପ୍ରାୟ ୨ ଲକ୍ଷ ସଦସ୍ୟ ରହିଥିବା ବେଳେ ଓଡ଼ିଶାରେ ସଦସ୍ୟଙ୍କ ସଂଖ୍ୟା ଥିଲା ୧୦ ହଜାରରୁ ଅଧିକ। ଏହା ଜରିଆରେ ପ୍ରାୟ ହଜାରେ କୋଟି ଟଙ୍କାର କାରବାର ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ସୂଚନା ମିଳିଛି। ଏହି ସଂସ୍ଥା ଓଡ଼ିଶା ସମେତ ପଞ୍ଜାବ, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଆସାମରେ କାରବାର ମେଲାଇଥିଲା।