ପଥର ବ୍ଳାଷ୍ଟି ବେଳେ ପଥର ପଡି ଜଣେ ମୃତ, ୫ ଗୁରୁତର
ସୋର (ସଂକେତ୍ ଟିଭି ) ବେଆଇନ ପାହାଡ଼ରେ ପଥର ବ୍ଳାଷ୍ଟି ବେଳେ ପଥର ପଡି ଜଣେ ମୃତ୍ୟୁ ବରଣ କରିଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ମହୁମୁଁହାଣ ପଂଚାୟତ ଖଞ୍ଜମହଲ ବାଗୁଡ଼ି ପଥର ଖଣିରୁ ବେଆଇନ ପଥର ବ୍ଳାଷ୍ଟି କରୁଥିବା ବେଳେ ଏହି ଅଘଟଣ ଘଟିଛି ।
ଆହତମାନେ ହେଲେ ନୀଳଗିରି ପାଗୋଡାଶୋଳ ରିଙ୍ଗପୁର ଗାଁର ଗୁରୁତର ଆହତ ଶ୍ୟାମ ସିଂ, ରଙ୍ଗା ସିଂ, ଆହତ ଶିବୁ ସିଂ, ରୋମା ସିଂ ଆହତ ମାନଙ୍କୁ ସୋର ଡ଼ାକ୍ତରଖାନରୁ କଟକ ସ୍ଥାନାନ୍ତର କରାଯାଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ଯନ୍ତ ମିଳପାରିନାହିଁ । ଶେଷ ମୁହୁର୍ତ୍ତରେ ମୃତ ଶବକୁ ବେଆଇନ ଭାବେ ପଥର ଖଦାନ ଚଳାଉଥିବା ମାଲିକ ମାନେ ଶବ ଗାୟବ କରିଥିବା ନେଇ ଆଲୋଚନା ହେଉଛି । ଘଟଣା ସ୍ଥଳରେ ସୋର ତହସିଲଦାର, ପୋଲିସ୍ ଓ ଗୋଟିଏ ଦମକଳ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟଜାରି ରହିଛି ।