ପେଟ୍ରୋଲ ପମ୍ପରେ ପଶି ଚୋରି କଲେ ଦୁର୍ବୁତ୍ତ, ଚୋରୀ ସମୟର ଦୃଶ୍ୟ ସିସିଟିଭିରେ କଏଦ୍
ବାଲେଶ୍ବର (ସଂକେତ ଟିଭି) ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଦିବ୍ୟସାଇ ପେଟ୍ରୋଲ ପମ୍ପରେ ଚୋରି କରି ଦୁର୍ବୁତ୍ତମାନେ ପଳାଇ ଯାଉଥିବା ସମୟର ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଛି ।
ସୂଚନା ଅନୁସାରେ, ଶୁକ୍ରବାର ରାତିରେ ୩ ଜଣ ଦୁର୍ବୁତ୍ତ ଆସି ପେଟ୍ରୋଲ ନେବା ବାହାନାରେ ସେଠାରେ କାର୍ଯ୍ୟରତ ଥିବା ପୂର୍ଣ୍ଣିଚନ୍ଦ୍ରଙ୍କୁ ଡାକିଥିଲେ । ପୂର୍ଣ୍ଣଚନ୍ଦ୍ର ଉଠି କବାଟ ଖୋଲିବା ମାତ୍ରେ ଦୁର୍ବୁତ୍ତମାନେ ତାଙ୍କ ହାତରୁ ମୋବାଇଲ ଛଡ଼ାଇ ନେବା ସହ ତାଙ୍କଠାରୁ ୪୨ ହଜାର ଟଙ୍କା ନେଇ ପଳାଇଯାଇଥିଲେ । ଯାହା ସିସି କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି । ଏନେଇ ପୂର୍ଣ୍ଣିଚନ୍ଦ୍ରଙ୍କ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।