FeaturedGeneralLatestPolitics

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ

ରାଞ୍ଚି (ସଂକେତ ଟିଭି) ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣିଥରେ ସମନ ଜାରି କରିଛି । ଆସନ୍ତା ୨୪ ତାରିଖରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ମିଳିଛି ।

ସୂଚନା ମୁତାବକ, ଜମି ଘୋଟାଲା ମାମଲା ସଂକ୍ରାନ୍ତରେ ପଚରାଉଚରା ପାଇଁ ଗତ ୧୪ ତାରିଖରେ ହାଜର ହେବାକୁ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ସମନ କରିଥିଲା । ମାତ୍ର ସୋରେନ ଗୋଟିଏ ଲମ୍ବା ଚଉଡା ଚିଠି ଲେଖି ଇଡି କାର୍ଯ୍ୟାଳୟକୁ ଯାଇପାରିବେ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ । ତେଣୁ ପୁନର୍ବାର ଏଜେନ୍ସି ତାଙ୍କୁ ନୂଆ ନୋଟିସ୍ ଜାରି କରିପାରେ ବୋଲି ଅନୁମାନ କରାଯାଉଥିଲା । ଏବେ ସୋରେନଙ୍କୁ ୨୪ ତାରିଖରେ ହାଜର ହେବାକୁ ଡାକରା ଆସିଥିବାର ଖବର ମିଳିଛି ।

ଅଗଷ୍ଟ ୧୪ ଦିନ ୧୧ଟାରେ ଇଡିର ରାଞ୍ଚି ଜୋନାଲ ଅଫିସକୁ ଯିବାର ଥିଲା । ହେଲେ ସେ ଉପସ୍ଥିତ ରହିପାରିବେ ନାହିଁ ବୋଲି ଚିଠି ଲେଖି ପଠାଇ ଦେଇଥିଲେ ଏବଂ କିଛି ସମୟ ମାଗିଥିଲେ । ଶାସକ ଦଳ ଇଡିକୁ ରାଜନୈତିକ ଉପକରଣ ଭାବେ ବ୍ୟବହାର କରୁଛି । ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଇସାରାରେ ଏଜେନ୍ସି କାମ କରୁଥିବା ସୋରେନ ଅଭିଯୋଗ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ (୨୦୨୨) ନଭେମ୍ବର ୧୮ରେ ବେଆଇନ ଖଣି ମାମଲାରେ ଇଡି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରାୟ ୧୦ ଘଣ୍ଟା କାଳ ପଚରାଉଚରା କରିଥିଲା । ପରେ ଜମି ଦୁର୍ନୀତି ମାମଲାରେ ସମନ କରିଥିଲା ।