FeaturedGeneralLatestPolitics

ଭାରତରେ ପଶିଛି ଚୀନ୍, ପ୍ରଧାନମନ୍ତ୍ରୀ କେମିତି ମିଛ କହୁଛନ୍ତି, ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ଲଦାଖ (ସଂକେତ ଟିଭି) : ଲଦାଖରେ ଚୀନର ସୀମା ଅତିକ୍ରମ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମୋଦିଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ଲଦାଖବାସୀ କହୁଛନ୍ତି ସୀମାକୁ ଧଶେଇ ପଶିଛି ଡ୍ରାଗନ ସେନା । ଚୀନ ସୀମା ଅତିକ୍ରମ କରିଛି । ସ୍ଥାନୀୟ ଲୋକ ଏହା କହୁଛନ୍ତି । ଭାରତର ଅନେକ ଅଞ୍ଚଳକୁ ଅକ୍ତିଆର କରିସାରିଛି ଚୀନ । ମାତ୍ର ପ୍ରଧାନମନ୍ତ୍ରୀ କହୁଛନ୍ତି ଲଦାଖରେ ଇଞ୍ଚେ ଜାଗା ନେଇନାହିଁ ଚୀନ ଏହା ସତ୍ୟ ନୁହେଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, ଲଦାଖବାସୀଙ୍କ ଅନେକ ଅଭିଯୋଗ ରହିଛି । ଲଦାଖବାସୀଙ୍କୁ ପ୍ରଦାନ କରାଯାଇଥିବା ମାନ୍ୟତାରେ ସେମାନେ ଖୁସି ନାହାନ୍ତି । ସେମାନେ ପ୍ରତିନିଧିତ୍ବ ଚାହାନ୍ତି । ଏଠାରେ ବେରୋଜଗାରୀ ସମସ୍ୟା ରହିଛି । ସମସ୍ତେ ଏହା କହୁଛନ୍ତି ମହଙ୍ଗାମାଡ ବଢୁଛି ବେରୋଜଗାରି ରହିଛି । ରାଜ୍ୟକୁ ବ୍ୟୁରୋକ୍ରାସି ଜରିଆରେ ନୁହେଁ ଜନତାଙ୍କ ସ୍ବରକୁ ନେଇ ଚଳାଇବାକୁ ହେବ ।

ଲଦାଖ କାହିଁକି ଆସିଛନ୍ତି ପ୍ରସଙ୍ଗରେ ରାହୁଲ କହିଛନ୍ତି, ଭାରତ ଯୋଡ ଯାତ୍ରା ସମୟରେ ଲଦାଖ ଆସିବାର ଥିଲା ମାତ୍ର ଆସିପାରି ନଥିଲୁ । ଆଗକୁ କାର୍ଗିଲ, ଲୁବ୍ରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଜନତାଙ୍କ ମନ କଥା ଶୁଣିବାର ଅଛି ।

ରାହୁଲ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 79ତମ ଜନ୍ମଜୟନ୍ତୀ ପାଳନ କରିଛନ୍ତି । ଏହି ଅବସରରେ ସେ ବାପାଙ୍କ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସେପଟେ ରାହୁଲଙ୍କ ବୟାନ ପରେ ବିଜେପି କଡା ଜବାବ ଦେଇଛି । ବିଜେପି କହିଛି ଯେ ଲଦାଖରେ ରାହୁଲ ଛୁଟି ମନାଉଛନ୍ତି । ଚୀନ ସହ ରାହୁଲଙ୍କୁ ସମ୍ପର୍କ କଣ ତାହା ସମସ୍ତଙ୍କୁ ଜଣା ।