FeaturedGeneralLatest

ଚନ୍ଦ୍ରଯାନ-୩କୁ ସ୍ବାଗତ ଜଣାଇଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ (ସଂକେତ ଟିଭି) ଚନ୍ଦ୍ରପୃଷ୍ଠରେ ଥିବା ଚନ୍ଦ୍ରଯାନ-୨ ଚନ୍ଦ୍ରଯାନ-୩କୁ ସ୍ୱାଗତ ଜଣାଇଛି । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲ୍ ଚନ୍ଦ୍ରଯାନ-୨ର ଅର୍ବିଟର ସହ ଯୋଗାଯୋଗ ସ୍ଥାପନ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋମବାର ଏହି ସୂଚନା ଦେଇଛି। । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏନେଇ ଏକ୍ସରେ ସୂଚନା ଦେଇଛି ।

ଇସ୍ରୋ ଏକ୍ସରେ କହିଛି ଯେ ଚନ୍ଦ୍ରଯାନ-୨ର ଅର୍ବିଟର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲର ସ୍ୱାଗତ କରିଛି । ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଉଭୟଙ୍କ ମଧ୍ୟରେ ଟୁ-ୱେ-କମ୍ୟୁନିକେସନ ସ୍ଥାପନ ହୋଇଛି । ଇସ୍ରୋ କହିଛି ଯେ ଏବେ ବେଙ୍ଗାଲୁରୁ ସ୍ଥିତ ମିଶନ ଅପରେସନ ଅମ୍ପ୍ଲେକ୍ସ ନିକଟରେ ଏବେ ଲ୍ୟାଣ୍ଡର ମଡ୍ୟୁଲ ଅର୍ଥାତ୍ ବିକ୍ରମ ସହ ସମ୍ପର୍କ ସ୍ଥାପନର ଅନେକ ମାର୍ଗ ଫିଟିଛି ।

ଏହା ପୂର୍ବରୁ ଇସ୍ରୋ ଲ୍ୟାଣ୍ଡର ହାଜର୍ଡ ଡିଟେକ୍ସନ ଆଣ୍ଡ ଏଭାଇଡେନ୍ସ କ୍ୟାମେରା (ଏଲଏଚଡିଏସି) ଦ୍ୱାରା କଏଦ ହୋଇଥିବା ଚନ୍ଦ୍ରର ଦୂର ପାର୍ଶ୍ୱର ଫଟୋ ଜାରି କରିଥିଲା । ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ଅବତରଣକୁ ୪୮ ଘଣ୍ଟାରୁ ବି କମ ସମୟ ରହିଛି । ଏବେ ଚନ୍ଦ୍ରଯାନ-୨ର ସ୍ପଷ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋ ପକ୍ଷରୁ ପ୍ରସ୍ତୁତି କରାଯାଉଛି ।

ସୂଚନାଯୋଗ୍ୟ ଯେ, ଇସ୍ରୋ ୨୦୧୯ ଜୁଲାଇ ୨୨ରେ ଚନ୍ଦ୍ରକୁ ଚନ୍ଦ୍ରଯାନ-୨ ପଠାଇଥିଲା । କିନ୍ତୁ ଏହାର ବିକ୍ରମ ଲାଣ୍ଡର ଚନ୍ଦ୍ରପୃଷ୍ଠରେ ସଫ୍ଟ ଲେଣ୍ଡିଂ କରିପାରିନଥିଲା ଓ ଦୁର୍ଘଟଣାଗ୍ରସ୍ତ ହୋଇ ନଷ୍ଟ ହୋଇଯାଇଥିଲା । ତେବେ ଏହାର ଅର୍ବିଟର୍ ଏବେ ବି ଚନ୍ଦ୍ର ଚାରିପଟେ ପରିକ୍ରମା କରୁଛି ।