EntertainmentFeaturedGeneralLatest

ଚନ୍ଦ୍ରଯାନ-୩କୁ ପରିହାସ କରି ଫସିଲେ ପ୍ରକାଶ ରାଜ, ଥାନାରେ ମାମଲା ରୁଜୁ

ହାଇଦ୍ରାବାଦ (ସଂକେତ ଟିଭି) : ଚନ୍ଦ୍ରଯାନ-୩କୁ କଟାକ୍ଷ କରି ଥିବା ଅଭିଯୋଗରେ ସାଉଥ ସୁପରଷ୍ଟାର ପ୍ରକାଶ ରାଜଙ୍କ ବିରୋଧରେ ପୋଲିସରେ ଅଭିଯୋଗ ହୋଇଛି । ହିନ୍ଦୁ ସଂଗଠନର ନେତାମାନେ ତାଙ୍କ ବିରୋଧରେ କର୍ଣ୍ଣାଟକ ବାଗଲକୋଟ ଜିଲ୍ଲାର ବନହଟ୍ଟି ପୋଲିସ ଷ୍ଟେସନରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି ।

ସୂଚନା ଅନୁସାରେ, ତକାଲି ପ୍ରକାଶ ରାଜ ଏକ୍ସ (ପୂର୍ବରୁ ଟ୍ବିଟର) ଏକ ବିବାଦୀୟ କଟାକ୍ଷପୂର୍ଣ୍ଣ ବ୍ୟଙ୍ଗାତ୍ମକ ଫଟୋ ପୋଷ୍ଟ କରିଥିଲେ । କ୍ଯାପସନରେ ଲେଖିଥିଲେ, ଏହା ଚନ୍ଦ୍ରପୃଷ୍ଠର ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର ‘ବିକ୍ରମ’ ପଠାଇଥିବା ପ୍ରଥମ ଫଟୋ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ୟୁଜର୍ସମାନେ ସଙ୍ଗେ ସଙ୍ଗେ ପ୍ରକାଶ ରାଜଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଥିଲେ।

ପ୍ରକାଶ ରାଜ ଟ୍ବିଟ କରିଥିବା ବ୍ୟଙ୍ଗାତ୍ମକ ଫଟୋରେ ଜଣେ ଲୁଙ୍ଗି ପନ୍ଧିଥିବା ବ୍ୟକ୍ତି ହାତରେ ଚା’ ଗ୍ଲାସ୍‌ ଧରିଛନ୍ତି । ବ୍ୟଙ୍ଗାତ୍ମକ ଢଙ୍ଗରେ ଚାଁ ଢାଳୁଛନ୍ତି । ତେବେ ଫଟୋରେ,ଏହା ଚନ୍ଦ୍ରପୃଷ୍ଠରୁ ଲ୍ୟାଣ୍ଡର ପଠାଇଥିବା ପ୍ରଥମ ଫଟୋ ବୋଲି ମାତ୍ର ଗୋଟିଏ ଧାଡ଼ିର କ୍ୟାପ୍‌ସନ୍‌ ଲେଖାଯାଇଛି । ଏହି କାର୍ଟୁନ ମାଧ୍ୟମରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ.ଶିବନଙ୍କୁ ପରୋକ୍ଷ କଟାକ୍ଷ କରାଯାଇଥିବା ମଧ୍ୟ କିଛି ୟୁଜର୍ସ ଅଭିଯୋଗ କରିଥିଲେ । ୟୁଜର୍ସ କହିଥିଲେ, ଏପରି କଟାକ୍ଷ ଓ ସମାଲୋଚନା ଦେଶର ମହାକାଶ ଗବେଷଣା ଓ ବୈଜ୍ଞାନିକଙ୍କ ପ୍ରତି ଘୋର ଅସମ୍ମାନ । ତେବେ ଏହା ଉପରେ ପ୍ରକାଶ ରାଜଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସି ସାରିଛି । ତେବେ ଆଜି ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ ହୋଇଛି ।