FeaturedGeneralLatest

ଏଣିକି ବର୍ଷକୁ ଦୁଇଥର ହେବ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ (ସଂକେତ ଟିଭି): ଏଣିକି ଏକାଦଶ ଓ ଦ୍ବାଦଶରେ ଦୁଇଥର ହେବ ବୋର୍ଡ ପରୀକ୍ଷା । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ବୁଧବାର ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ରେ ଅନୁଯାୟୀ ନୂଆ ପାଠ୍ୟ ଖସଡ଼ା ଜାରି କରିଛି। ମନ୍ତ୍ରାଳୟ କହିଛି ବୋର୍ଡ ପରୀକ୍ଷା ବର୍ଷକୁ ଦୁଇ ଥର ଆୟୋଜିତ ହେବ। ଉଭୟ ପରୀକ୍ଷାରେ ଯେଉଁଥିରେ ଛାତ୍ରଙ୍କ ଅଧିକ ନମ୍ବର ରହିବା, ତାହାକୁ ଧରାଯିବ।

ଏଥିସହ ଗୋଟିଏ ଭାରତୀୟ ଭାଷା ସହ ଦୁଇଟି ଭାଷାରେ ଛାତ୍ରଛାତ୍ରୀ ପଢିବେ। ଏକାଦଶ ଏବଂ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ଦୁଇଟି ଭାଷା ପଢ଼ିବାକୁ ହେବ। ଏହି ଦୁଇ ଭାଷା ମଧ୍ୟରୁ ଗୋଟିଏ ଭାରତୀୟ ଭାଷା ହେବ। ଅବଶ୍ୟ ଛାତ୍ରଛାତ୍ରୀ ବିଷୟ ବାଛିପାରିବେ । ଏହାଦ୍ବାରା ଛାତ୍ରଙ୍କ ବୌଦ୍ଧିକ ବିକାଶ ଏବଂ କୌଶଳର ବିକଶ ହେବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାସ୍‌ କରିବା ପାଇଁ ଦୁଇ ଥର ସୁଯୋଗ ମିଳିବ।

୨୦୨୪ ପାଠ୍ୟ ଖସଡ଼ା ପାଇଁ ପୁସ୍ତକରେ ମଧ୍ୟ ପରିବର୍ତ୍ତନ କରାଯାଉଛି। ପୁସ୍ତକରେ ଅଧିକରୁ ଅଧିକ ସିଲାବସ୍‌ ମଧ୍ୟ ରଖାଯିବ ନାହିଁ। ପୁସ୍ତକ ଦାମ୍‌ ମଧ୍ୟ କମ୍‌ କରାଯିବ। ନୂଆ ପାଠ୍ୟ ଖସଡ଼ା ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ପ୍ରସ୍ତୁତ କରାଯାଇଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ୨୦୨୩ ଏପ୍ରିଲ୍‌ରେ ନାସନାଲ କରିକୁଲମ୍‌ ଫ୍ରେମଓ୍ବର୍କ (NCF)ର ଡ୍ରାଫ୍ଟ ଜାରି କରିଥିଲା। ଏଥିରେ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ପ୍ରସ୍ତାବ ରଖାଯାଇଥିଲା। ସିବିଏସଇ ସହ ବିଭିନ୍ନ ରାଜ୍ୟ ବୋର୍ଡ ତରଫରୁ ଆୟୋଜିତ କରାଯାଉଥିବା ବୋର୍ଡ ପରୀକ୍ଷା ବର୍ଷକୁ ଦୁଇ ଥର ହେବ। ପରୀକ୍ଷା ଟର୍ମ ହିସାବରେ ହେବ ନାହିଁ। ଫଳରେ ଛାତ୍ରଙ୍କ ନମ୍ବର ଭଲ ହେବ।