ବାରିପଦା ପୌରପାଳିକାର ସିଟି ମିଶନ ମେନେଜମେଣ୍ଟ ୟୁନିଟ ଅଫିସର ଗିରଫ
ବାରିପଦା (ସଂକେତ ଟିଭି) ବାରିପଦା ପୌରପାଳିକାର ସିଟି ମ୍ୟାନେଜମେଣ୍ଟ ମିଶନ ୟୁନିଟ ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ଭଞ୍ଜପୁର ଥାନା ପୁଲିସ ବୁଧବାର ଅପରାହ୍ନରେ ଗିରଫ କରିଛି। ଆହାର କେନ୍ଦ୍ରକୁ ନିମ୍ନ ମାନର ଖାଦ୍ୟ ଯୋଗାଉଥିବା ମାମଲାକୁ ରଫାଦଫା କରିବା ସହିତ ଚୁକ୍ତି ନବୀକରଣ କରିବାକୁ ୩ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ, ମା’ ସନ୍ତୋଷୀ ନାମକ ଏସ୍ଏସଜି ଗ୍ରୃପ ଠାରୁ ଲାଞ୍ଚ ବାବଦରେ ପ୍ରଥମ ପର୍ଯ୍ୟାୟରେ ସେ ୩୪ ହଜାର ଟଙ୍କା ଲାଞ୍ଚ ନେଇ ଥିଲେ। ପରବର୍ତ୍ତୀ ସମୟରେ ଖାଦ୍ୟ ଯୋଗାଇବା ପାଇଁ ଚୁକ୍ତି ନବୀକରଣ କରିବାକୁ ଅଧିକ ୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।
ଅନ୍ୟଥା ଗୃପକୁ କଳାତାଲିକାଭୁକ୍ତ କରିବାକୁ ଧମକ ଦେଇଥିଲେ। ଏ ନେଇ ଏସ୍ଏଚଜି ଗ୍ରୃପ ପକ୍ଷରୁ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ ସେଠୀଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ଭଞ୍ଜପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛନ୍ତି।