୧୮ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ବିଇଓ ଅଫିସ ଆକାଉଣ୍ଟାଣ୍ଟ
ବଲାଙ୍ଗୀର (ସଂକେତ ଟିଭି) ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।। ଲମକାନି ପ୍ରଥାମିକ ବିଦ୍ୟାଳୟର ଶିକ୍ଷକ ସହଦେବ ଦନ୍ତାଙ୍କ ଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେବା ଭିଜିଲାନ୍ସ ଗିରଫ କରିଛି। ଏଥିସହ ଭିଜିଲାନ୍ସ ପକ୍ଷରୁ ସଇଁତଳା ଅଫିସ ଓ ଭଡାଘର ଘରେ ଛାନଚଢାଉ ଜାରି ରହିଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ଜଣେ ସହାୟକ ଶିକ୍ଷକ ତାଙ୍କ ଏନପିଏ ପେନସନ ସ୍କିମ ପାଇଁ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଦଉଡ଼ି ଦଉଡ଼ି ନୟାନ୍ତ ହୋଇଥିଲେ । ସେଠାରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ ତାଙ୍କୁ ପେନସନ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଶିକ୍ଷକ ଜଣକ ଏ ସମ୍ପର୍କରେ ବଲାଙ୍ଗୀର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଏହାପରେ ଯୋଜନା ଅନୁଯାୟୀ, ସେ ଆଜି ଆକାଉଣ୍ଟାଣ୍ଟଙ୍କୁ ଟଙ୍କା ଦେବାକୁ ଆସିଥିଲେ । ତାଙ୍କ ଠାରୁ ଅଜୟ ଖୁଣ୍ଟିଆ ଲାଞ୍ଚ ନେବା ସମୟରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଚଢାଉ କରିଥିଲେ । ଲାଞ୍ଚ ଟଙ୍କା ଜବତ କରିବା ସହ ବଲାଙ୍ଗୀର ଭିଜିଲାନ୍ସ ଓ ଅନ୍ୟ ଦୁଇ ଭିଜିଲାନ୍ସ ଟିମ୍ ଏବେ ଏକକାଳୀନ ତିନୋଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଆକାଉଣ୍ଟାଣ୍ଟଙ୍କ ସଇଁତଳା ସ୍ଥିତ ତାଙ୍କ କାର୍ଯ୍ୟାଳୟ, ପୈତୃକ ଘରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।
ଏହାସହିତ ସମ୍ବଲପୁର ଭିଜିଲାନ୍ସ କେସ ନମ୍ବର ୨୨ରେ ୟୁସି 7ପିସି ଏକ୍ଟରେ ମାମଲା ରୁଜୁ କରିଥିବାର ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । ବର୍ତ୍ତମାନ ଚଢାଉ ଓ ଛାନଭିନ୍ ଜାରି ରହିଥିବା ବେଳେ ଏହା ସରିବା ପରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ କହିଛି ।