FeaturedLatestNews

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ପୋଲିସ କନେଷ୍ଟବଳଙ୍କ ମୃତ ଦେହ

ଭଦ୍ରକ ( ସଂକେତ୍ ଟିଭି ) ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ପୋଲିସ କନେଷ୍ଟବଳଙ୍କ ମୃତ ଦେହ । କନେଷ୍ଟେବଲ ଜଣକ ଭଦ୍ରକ ଜିଲ୍ଲା ତିହିଡ଼ି ଥାନାରେ କାର୍ଯ୍ୟରତ ଥିଲେ । ଉକ୍ତ କନେଷ୍ଟବଳଙ୍କ ନାମ ତୋଫାନ କୁମାର ପାତ୍ର ବୋଲି ଜଣାଯାଇଛି।

ସୂଚନା ଅନୁସାରେ, ପ୍ରାୟ ଦେଢ଼ ବର୍ଷ ହେବ କନେଷ୍ଟବଳ ତୋଫାନ କୁମାର ପାତ୍ର ତିହିଡ଼ି ଥାନାରେ କାର୍ଯ୍ୟ କରିଆସୁଥିଲେ। ସେ ଏକା ସରକାରୀ କ୍ୱାର୍ଟର୍ସରେ ରହୁଥିଲେ। ସେ ଗତ ରାତି ପ୍ରାୟ ଗୋଟାଏ ବେଳେ ଡିଉଟି ସାରି କ୍ୱାର୍ଟର୍ସକୁ ଯାଇଥିଲେ। ଆଜି ସକାଳେ ପଡ଼ୋଶୀ ଝରକା ବାଟେ ତୋଫାନ କୁମାର ପାତ୍ର ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ସେ କେଉଁଝର ଜିଲ୍ଲାର ବାସିନ୍ଦା ବୋଲି ଜଣାଯାଇଛି।

ଘଟଣାସ୍ଥଳରେ ତିହିଡ଼ି ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।