FeaturedGeneralLatest

ଚନ୍ଦ୍ରପୃଷ୍ଠରେ ବିରାଟ ଗର୍ତ୍ତ ଦେଖି ରାସ୍ତା ବଦଳାଇଲା ରୋଭର ପ୍ରଜ୍ଞାନ

ବେଙ୍ଗାଲୁରୁ (ସଂକେତ୍ ଟିଭି) ଚନ୍ଦ୍ରପୃଷ୍ଠରେ ଗାତ ଦେଖି ରାସ୍ତା ବଦଳାଇଲା ପ୍ରଜ୍ଞାନ ରୋଭର । ପ୍ରଜ୍ଞାନ ବିକ୍ରମ ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠରେ ବୁଲି ବୁଲି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛି । ରବିବାର ଦିନ ରୋଭର ରାସ୍ତାରେ ଏକ ୪ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଗର୍ତ୍ତ ପଡ଼ିଥିଲା । ପ୍ରଜ୍ଞାନଠାରୁ ଏହା ଗାତଟି ୩ମିଟର ଦୂରରେ ରହିଥିଲା । ହେଲେ ରୋଭରକୁ କମାଣ୍ଡ ମିଳିବା ପରେ ଏହା ନିଜ ଦିଗ ପରିବର୍ତ୍ତନ କରି ଅନ୍ୟ ଏକ ରାସ୍ତାରେ ଯାଇ ସଫଳତାର ସହ ଚଳପ୍ରଚଳ କରୁଛି ।

ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ୧୪ ଦିନ ଧରି କାର୍ଯ୍ଯ କରିବ । ଏହି ୧୪ ଦିନ ମଧ୍ୟରୁ ୪ ଦିନ ଏଯାବତ ଶେଷ ହୋଇଛି । ଆଗାମୀ ୧୦ ଦିନ ମଧ୍ୟରେ କିପରି ଅଧିକ ଗବେଷଣା କରି ହେବ ସେ ନେଇ ଚେଷ୍ଟା ଜାରି ରହିଛି । ଏହା ଦକ୍ଷିଣ ମେରୁରେ ଚନ୍ଦ୍ରର ଭୂବିଜ୍ଞାନ ଏବଂ ବାୟୁମଣ୍ଡଳ ଉପରେ ଅଧ୍ୟୟନ ଜାରି ରଖିବ।