FeaturedGeneralLatest

‘ଏକ୍ସ’ ରେ ଉପଲବ୍ଧ ହେବ ଅଡିଓ-ଭିଡ଼ିଓ କଲ୍ ସୁବିଧା

ନୂଆଦିଲ୍ଲୀ (ସଂକେତ୍ ଟିଭି) ଖୁବଶୀଘ୍ର ବିଶ୍ୱର ସବୁଠୁ ଲୋକପ୍ରିୟ ମାଇକ୍ରୋବ୍ଲଗିଂ ଆପ ଏକ୍ସ’ ବା ପୂର୍ବର ‘ଟ୍ବିଟର’ରେ ବ୍ୟବହାରକାରୀଙ୍କ ପାଇଁ ଅଡିଓ ଓ ଭିଡିଓ କଲିଂ ଫିଚର୍ ଆସୁଛି। ଏ ନେଇ ଏକ୍ସ ମୁଖ୍ୟ ଏଲନ୍ ମସ୍କଙ୍କ ସୂଚନା ଦେଇଛନ୍ତି।

‘ଏକ୍ସ’ରେ ଅଡିଓ, ଭିଡିଓ କଲ୍ ପାଇଁ ଫୋନ୍ ନମ୍ବର ଆବଶ୍ୟକ ପଡ଼ିବ ନାହିଁ। ଖୁବ୍ ଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ ବୋଲି ମସ୍କ କହିଛନ୍ତି। ସବୁଠାରୁ ବଡ଼ କଥା ହେଲା ଫୋନ୍ ନଂ ସେୟାର୍ ନ କରି ବି କଲ୍ ଏବଂ ଭିଡିଓ କଲ କରିହେବେ । ଏକ୍ସକୁ ଆସୁଥିବା ଭିଡିଓ ଏବଂ ଅଡିଓ କଲ୍ ଫିଚର୍ ଆଇଓଏସ୍, ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ ପିସିରେ ଉପଲବ୍ଧ ହେବ। ଏଥିପାଇଁ ଫୋନ୍ ନମ୍ବରର କୌଣସି ଆବଶ୍ୟକତା ନାହିଁ ବୋଲି ମସ୍କ କହିଛନ୍ତି।