ଉତ୍କେଲା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ
ଭୁବନେଶ୍ୱର (ସଂକେତ୍ ଟିଭି) କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ଉତ୍କେଲା ବିମାନ ବନ୍ଦରକୁ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ସେପଟେ ଭୁବନେଶ୍ୱର ଏୟାରପୋର୍ଟରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ବିମାନକୁ ଫ୍ଲାଗଅପ୍ କରିଛନ୍ତି ।
ଆଜି ଭୁବନେଶ୍ବରରୁ ଉତ୍କେଲା ମଧ୍ୟରେ ପ୍ରଥମ ବିମାନ ପୂର୍ବାହ୍ନ ୧୦ଟାରେ ଉଡ଼ିଛି । ଇଣ୍ଡିଆ ୱାନ ଏୟାର ପକ୍ଷରୁ ୯ ସିଟ୍ ବିଶିଷ୍ଟ ବିମାନ ଉତ୍କେଲା ଓ ଭୁବନେଶ୍ବର ମଧ୍ୟରେ ଚଳାଚଳ କରିଛି ।
ଏହି ବିମାନ ଯାତ୍ରା ପାଇଁ ଟିକେଟର ଦାମ ରହିଛି ୯୯୯ ଟଙ୍କା । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଛତିଶଗଡ଼କୁ ସମ୍ପ୍ରସାରିତ ହୋଇପାରେ । ଉତ୍କେଲା ଓ ଭୁବନେଶ୍ବର ମଧ୍ୟରେ ସପ୍ତାହରେ ଦୁଇ ଥର ବିମାନ ଚଳାଚଳ କରିବ । ମଙ୍ଗଳବାର ଓ ଗୁରୁବାର ଉଡ଼ିବ ବିମାନ ।