FeaturedGeneralLatest

ଆଦିତ୍ୟ ଏଲ-୧କୁ ସଫଳ କରିବା ପାଇଁ ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ

ହାଇଦ୍ରାବାଦ (ସଂକେତ୍ ଟିଭି) ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବହୁ ପ୍ରତୀକ୍ଷିତ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧କୁ ସଫଳ କରିବା ପାଇଁ ତିରୁପତି ଜିଲ୍ଲାର ଚେଙ୍ଗାଲାମା ପରମେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କ ସହିତ ଇସ୍ରୋ ବୈଜ୍ଞାନିକମାନେ ଏହି ପୂଜାର୍ଚ୍ଚନା କରିଛନ୍ତି ।

ଏହି ଅବସରରେ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି ଆଦିତ୍ୟ L1 ପାଇଁ କାଉଣ୍ଟଡାଉନ୍ ଆଜି ଠାରୁ ଆରମ୍ଭ ହୋଇଛି। ଆସନ୍ତାକାଲି(ଶନିବାର) ସକାଳ ୧୧ଟା ୫୦ ମିନିଟରେ ଉତକ୍ଷେପଣ ଆରମ୍ଭ ହେବ। ଆଦିତ୍ୟ L1 ଉପଗ୍ରହ ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ। L1 ପଏଣ୍ଟରେ ପହଞ୍ଚିବାକୁ ୧୨୫ ଦିନ ଲାଗିବ। ଏହା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ତେଣୁ ମୁଁ ଆଜି ଚେଙ୍ଗାଲାମା ପରମେଶ୍ବରୀ ମନ୍ଦିର ଆସି ଭଗବାନଙ୍କ ଆର୍ଶିବାଦ ନେଇଛି। ମୁଁ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଉଛି।

ତେବେ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ ଚନ୍ଦ୍ରଯାନ-୪କୁ ନେଇ ପ୍ରଶ୍ନ କରାଯାଇଥିବା ଉତ୍ତରରେ ସୋମନାଥ କହିଛଡନ୍ତି ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନ-୪ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଆମେ ଏନେଇ ଶୀଘ୍ର ଘୋଷଣା କରିବୁ। ଆଦିତ୍ୟ ଏଲ-୧ ପରେ ଆମେ ଗଗନଯାଞ୍ଚ ଲଞ୍ଚ କରିବା ନେଇ ଲକ୍ଷ୍ୟ ରଖିଛୁ।