CrimeFeaturedLatestNews

ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ

ଭୁବନେଶ୍ବର (ସଂକେତ୍ ଟିଭି) କ୍ରାଇମବ୍ରାଞ୍ଚ ଏସଟିଏଫ ଆଜି ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି । ଜାଲ୍‌‌ ନୋଟ୍‌‌ ପ୍ରସ୍ତୁତ ସରଞ୍ଜାମ ଜବତ ସହ ସମ୍ପୃକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟ ବାହାରକୁ ଏହି ରାକେଟ୍‌‌ ଚେର ଲମ୍ବିଥିବା ନେଇ ଅନୁମାନ କରାଯାଉଛି। ଘଟଣାର ତଦନ୍ତ ଜାରି ରହିଛି।