FeaturedGeneralLatest

ବିଶ୍ବର ସବୁଠାରୁ ମାରାତ୍ମକ ମିସାଇଲ ସେଟନ୍‌-୨କୁ ସେନାରେ ସାମିଲ କଲା ଋଷ

ମସ୍କୋ (ସଂକେତ୍ ଟିଭି) ବିଶ୍ବର ଯେକୌଣସି ସ୍ଥାନକୁ ୧୦ଟି ପରମାଣୁ ବୋମା ନେଇ ଯାଇପାରୁଥିବା ବିଶ୍ବର ସବୁଠାରୁ ମାରାତ୍ମକ ମିସାଇଲ ସେଟନ୍‌-୨କୁ ଋଷ ସେନାରେ ସାମିଲ କରିଛି । ଏହି ଅତ୍ୟାଧୁନିକ ଅର୍ନ୍ତମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରକୁ ସେନାରେ ସାମିଲ କରିବା ବିଷୟରେ ସୂଚନା ଦେଇ ରୁଷୀୟ ମହାକାଶ ଏଜେନ୍‌ସି ‘ରସ୍‌କସ୍‌ମସ୍‌’ର ମୁଖ୍ୟ ୟୁରି ବୋରିସୋଭ୍‌ ଆଜି କହିଛନ୍ତି, ଯୁଦ୍ଧ ପାଇଁ ‘ଆର୍‌ଏସ୍‌-୨୮ ସର୍‌ମାତ୍‌ ଇଣ୍ଟରକଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌ (ଆଇସିବିଏମ୍‌) ବା ବିଶ୍ବର ସବୁଠୁ ମାରାତ୍ମକ ମିସାଇଲ୍‌ ‘ସେଟନ୍‌-୨’କୁ ମୁତୟନ କରାଯାଇଛି। ଉତ୍ତରମେରୁଠାରୁ ନେଇ ଦକ୍ଷିଣମେରୁ ପର୍ଯ୍ୟନ୍ତ ‘ଆର୍‌ଏସ୍‌-୧୮ ସର୍‌ମାତ୍‌’ ବିଶ୍ବର ଯେକୌଣସି ସ୍ଥାନକୁ ୧୦ ଟନ୍‌ ଓଜନର ‘ଏମ୍‌ଆଇଆର୍‌ଭେଡ୍‌’ ୱାର୍‌ହେଡ୍‌ ବା ଆଣବିକ ଅସ୍ତ୍ର ବହନ କରି ନେଇପାରିବ।

କିଛି ଦିନ ତଳେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିଥିଲେ ଯେ ରୁଷ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ଶତ୍ରୁମାନେ ପ୍ରଥମେ ଏହି କ୍ଷେପଣାସ୍ତ୍ର ସୃଷ୍ଟି କରୁଥିବା ବିଭୀଷିକା କଥା ଚିନ୍ତା କରିବେ ।

ତେବେ ‘ସେଟନ୍‌-୨’କୁ ରୁଷ୍‌ ସକ୍ରିୟ କରିଥିବା କଥା ଘୋଷଣା କରାଯାଇଥିଲେ ବି ଠିକ୍‌ କେଉଁ ତାରିଖରେ ଏବଂ କେଉଁ ସ୍ଥାନରେ ତାହା ମୁତୟନ କରାଯାଇଛି, ସେ କଥା ଗୁପ୍ତ ରଖାଯାଇଛି।