କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି
ନୂଆଦିଲ୍ଲୀ (ସଂକେତ ଟିଭି )କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜ୍ବରର ସାମାନ୍ୟ ଲକ୍ଷଣ ଦେଖା ଦେବାରୁ ଆଜି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।
ଏହା ପୂର୍ବରୁ ସୋନିଆ ଗାନ୍ଧୀ ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜ୍ବର,କାଶ ଓ କଫ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେ ଘରକୁ ଫେରିଥିଲେ । ମାତ୍ର ପୁଣି ଜ୍ବରର ଲକ୍ଷଣ ଦେଖା ଦେବାରୁ ଆଜି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଭାରତ ରାଜନୀତିରେ ଜଣେ ପ୍ରମୁଖ ନେତ୍ରୀ ହେଉଛନ୍ତି ସୋନିଆ ଗାନ୍ଧୀ । କଂଗ୍ରେସ ଦଳର ନୀତି ଓ ଷ୍ଟ୍ରାଟେଜିକୁ ଗଠନ କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଛି । ସେ ଅନେକ ବର୍ଷ ଧରି କଂଗ୍ରେସ ଦଳର ଅଧ୍ୟକ୍ଷା ପଦରେ ରହିଥିବା ବେଳେ ୨୦୧୭ରେ ନିଜ ପଦରୁ ଓହରିଥିଲେ । ଗତ କିଛି ବର୍ଷ ଧରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଲଗାତର ବିଗୁଡ଼ୁଥିବା ବେଳେ ସେ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଏହାସହ ସେ ନିଜ ରାଜନୀତିରେ ନିଜ କର୍ତ୍ତବ୍ୟ ମଧ୍ୟ ଜାରି ରଖିଛନ୍ତି ।