FeaturedLatestNews

୩ଟି ଗୋରୁ ବୋଝେଇ ପିକଅପ ଭ୍ୟାନରେ ନିଆଁ ଲଗାଇ ଦେଲେ ଦୁର୍ବୁତ୍ତ

ବାଲିଆପାଳ (ଉମାକାନ୍ତ ନାୟକ) ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ କରୁଥିବା ତିନୋଟି ପିକଅପ ଭ୍ୟାନକୁ ଭଙ୍ଗା ରୁଜା କରିବା ସହ ନିଆଁ ଲଗାଇଦେଲେ ଦୁର୍ବୁତ୍ତ । ବାଲେଶ୍ବର ଜିଲ୍ଲା କମର୍ଦା ଥାନା ଉଲୁଡା ଛକ ନିକଟରେ ଗତକାଲି ରାତିରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୩ଟି ପିକଅପ ଭ୍ୟାନରେ ଗୋରୁ ବୋଝେଇ କରି ମାଫିଆ ମାନେ ବାଲିଆପାଳ-କମର୍ଦା ରାସ୍ତାରେ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ଵର ଅଞ୍ଚଳର ୧୦୦ରୁ ଉର୍ଦ୍ଧ୍ବ ଦୁର୍ବୁତ୍ତ ଉଲୁଡା ଛକ ନିକଟରେ ଗାଡିକୁ ଅଟକାଇ ଭଙ୍ଗା ରୁଜା କରିବା ସହ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ଘଟଣା ସ୍ଥଳରୁ ପିକଅପ ଭ୍ୟାନ ଡ୍ରାଇଭର ଫେରାର ହୋଇ ଯାଇଥିଲେ । ସ୍ଥାନୀୟ ବାସିନ୍ଦାମାନେ ପାଟିତୁଣ୍ଡ ଶୁଣି ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଏବଂ ଦମକଳ ବାହୀନିକୁ ଖବର ଦେଇଥିଲେ। ତେବେ ଭୋର ସମୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଗାଡ଼ି ଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।ତେବେ ତିନୋଟି ପିକ ଅପ ଭେନରେ କେତେ ଗୋରୁ ଥିଲା ତାହା ଜଣାପଡ଼ି ନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ବର୍ତ୍ତମାନ ଘଟଣା ସ୍ଥଳରେ ଏକ ସେକ୍ସନ ପୁଲିସ ମୁତୟନ ଅଛନ୍ତି।