FeaturedHealthLatestNews

ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ

ବାଲେଶ୍ୱର (ସଂକେତ୍ ଟିଭି) ବାଲେଶ୍ୱର ଜିଲ୍ଲା ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ମେଡିସିନ ୱାର୍ଡରେ ଆଜି ସକାଳେ ନିଆଁ ଲାଗିଯାଇଥିଲା। ଏସି ସର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାଯାଇଛି। ଅଗ୍ନିକାଣ୍ଡ ଯୋଗୁ କାହାର କିଛି କ୍ଷୟକ୍ଷତି ହୋଇନାହିଁ।

ସୂଚନା ଅନୁସାରେ, ଆଜି ସକାଳେ ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲର ମେଡିସିନ ୱାର୍ଡର ପ୍ରଥମ ମହଲା ବାହାରେ ଲାଗିଥିବା ଏସି କମ୍ପ୍ରେସରରେ ନିଆଁ ବାହାରିଥିଲା। ଏହାପରେ ମେଡିକାଲ ଓ୍ବାର୍ଡର ଦ୍ବିତୀୟ ମହଲା ଧୂଆଁମୟ ହୋଇଯାଇଥିଲା। ପ୍ରବଳ ପୋଡ଼ାଗନ୍ଧ ଫଳରେ ହସ୍ପିଟାଲର କେମୋ ୱାର୍ଡରେ ଚିକିତ୍ସିତ ରୋଗୀ ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଖବର ପାଇ ତୁରନ୍ତ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ଓଭରଲୋଡ ଯୋଗୁ ଏସି କମ୍ପ୍ରେସରରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି।