ଜରୁରୀ ଅବତରଣ କଲା ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ
ଭୁବନେଶ୍ବର (ସଂକେତ୍ ଟିଭି) ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଥିବା ଜଣାପଡିଛି। ଭୁବନେଶ୍ବର ବିମାନ ବନ୍ଦରରୁ ଟେକଅପ୍ କରିବାର ୨୫ ମିନିଟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଯାହା ପରେ ପାଇଲଟ ଯାତ୍ରୀଙ୍କୁ ସତର୍କ କରାଇ ବିମାନଟିକୁ ଭୁବନେଶ୍ବର ବିମାନ ବନ୍ଦରକୁ ଫେରାଇ ଆଣିଥିଲେ।
ସୂଚନା ଅନୁସାରେ, ଇଣ୍ଡିଗୋ 6E 2065 ବିମାନ 180ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ରୁ ନୂଆଦିଲ୍ଲୀ ଯାଉଥିଲା। ଯାନ୍ତ୍ରିକ ତ୍ରୁଟି ପରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଛି। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିଥିବା ଜଣାପଡିଛି। ତ୍ରୁଟି ଖବର ଶୁଣି ବିମାନଯାତ୍ରୀ ଭୟଭୀତ ହୋଇଯାଇଥିଲା । ମାତ୍ର ସମସ୍ତେ ଭୟଭୀତ ନ ହୋଇ ଅସୁବିଧାର ସାମ୍ନା କରି ସୁରକ୍ଷିତ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ଅବତରଣ ପରେ ବିମାନର ଯାନ୍ତ୍ରିକ ତ୍ରୁଟି କୁ ଯାଞ୍ଚ କରାଯାଇଛି।