ଜି-୨୦ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖାଯିବାକୁ ନେଇ ବିବାଦ
ନୂଆଦିଲ୍ଲୀ (ସଂକେତ୍ ଟିଭି) ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ର ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଉଲ୍ଲେଖ ରହିଛି । ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ବିରୋଧୀ କହିଛନ୍ତି, ବିରୋଧୀ ଦଳଙ୍କ ମେଣ୍ଟର ନାମ ଇଣ୍ଡିଆ ରଖାଯିବା ପରେ ଡରିଯାଇଛନ୍ତି ମୋଦୀ ସରକାର । ତେଣୁ ଇଣ୍ଡିଆ ବଦଳରେ ଏବେ ଭାରତ ଲେଖିବା ଆରମ୍ଭ କରିଛନ୍ତି ।
ଆପ ସାଂସଦ ସଂଜୟ ସିଂହ କହିଛନ୍ତି ଯେ ଏହା ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ । ଭାରତର ସମ୍ବିଧାନରେ ପ୍ରଥମ ବାକ୍ୟ ଲେଖା ଅଛି ଇଣ୍ଡିଆ ଦାଟ ଇଜ୍ ଭାରତ । ହେଲେ ଏହାକୁ ବଦଳାଇ ସମ୍ବିଧାନ ଉପରେ ବଡ ଆକ୍ରମଣ କରାଯାଉଛି । ବିରୋଧୀ ମେଂଟକୁ ବିରୋଧ କରିବା ଆଳରେ ମୋଦୀ ସରକାର ସମ୍ବିଧାନକୁ ପରିବର୍ତନ କରିବାକୁ ଯୋଜନା କରୁଥିବା ସଂଜୟ ସିଂ ଅଭିଯୋଗ କରିଛନ୍ତି ।
ସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ଜବାବ ରଖିଛନ୍ତି। ସେ କହିଛନ୍ତି ଆଜି ସେମାନେ (କେନ୍ଦ୍ର ସରକାର) ଭାରତର ନାମ ପରିବର୍ତ୍ତନ କରିଛନ୍ତି। ଜି-୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ କାର୍ଡରେ ‘ଭାରତ’ ଲେଖା ଯାଇଛି… ଇଂରାଜୀରେ ଆମେ ଇଣ୍ଡିଆ ଓ ଇଣ୍ଡିଆନ କନଷ୍ଟିଚ୍ୟୁସନ କହିଥାଉ ଏବଂ ହିନ୍ଦୀରେ ଆମେ ଭାରତର ସମ୍ବିଧାନ କହିଥାଉ । ଆମେ ସମସ୍ତେ ‘ଭାରତ’ କହିଥାଉ, ଏଥିରେ ନୂଆ କ’ଣ? କିନ୍ତୁ ଭାରତ ନାମ ସାରା ବିଶ୍ୱ ଜାଣେ । ହଠାତ୍ ଏମିତି କ’ଣ ହେଲା ଯେ ସେମାନଙ୍କୁ ଦେଶର ନାମ ବଦଳାଇବାକୁ ପଡ଼ିଲା