ୟୁରୋପ ଗସ୍ତରେ ଗଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ ସଂକେତ୍ ଟିଭି) କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସପ୍ତାହେ ପାଇଁ ୟୁରୋପ ଗସ୍ତରେ ଯାଇଛନ୍ତି । ସେ ଜି-୨୦ ସମ୍ମିଳନୀ ଶେଷ ହେବାର ଦିନକ ପରେ ଅର୍ଥାତ୍ ସେପ୍ଟେମ୍ବର ୧୧ ତାରିଖରେ ଭାରତ ପ୍ରତ୍ୟାବର୍ତ୍ତନ କରିବେ । ଆସନ୍ତା ୯ରୁ ୧୦ ତାରିଖ ଯାଏଁ ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି ।
ମଙ୍ଗଳବାର ଦିନ ୟୁରୋପ ଗସ୍ତ କରିଥିବା ରାହୁଲ ସେପ୍ଟେମ୍ବର ୭ରେ ବ୍ରୁସେଲ୍ସରେ ଛାତ୍ରଛାତ୍ରୀ ଏବଂ ୟୁରୋପୀୟ ୟୁନିୟନର ଓକିଲଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ନେଦରଲ୍ୟାଣ୍ଡର ହେଗ୍ ଠାରେ ଏହିଭଳି ଆଉ ଏକ ବୈଠକ କରିବେ । ସେପ୍ଟେମ୍ବର ୮ରେ କଂଗ୍ରେସ ନେତା ପ୍ୟାରିସ୍ ବିଶ୍ବବିଦ୍ୟାଳୟ ଛାତ୍ରୀଛାତ୍ରୀଙ୍କ ସହ କଥାବାର୍ତ୍ତା ହେବେ । ଏହାସହିତ ଫ୍ରାନ୍ସ ରାଜଧାନୀରେ ଫ୍ରାନ୍ସ ଶ୍ରମିକ ସଂଘ ସହ ବୈଠକ କରିବେ ବୋଲି ସୂଚନା ମିଳିଛି । ସେପ୍ଟେମ୍ବର ୧୦ ତାରିଖ ଦିନ ରାହୁଲ ନରୱେ ଗସ୍ତ କରିବେ । ସେଠାରେ ଓସଲା ସହରରେ ପ୍ରବାସୀ ଭାରତୀୟଙ୍କ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହିସବୁ କାର୍ଯ୍ୟକ୍ରମ ସରିବା ପରେ ୧୧ ତାରିଖ ଦିନ ସେ ଭାରତ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ।