FeaturedGeneralLatest

ଜାପାନର ମୁନ୍ ମିଶନ, ଚନ୍ଦ୍ରକୁ ପଠାଇଲା ସ୍ମାର୍ଟ ଲ୍ୟାଣ୍ଡର

ଟୋକିଓ (ସଂକେତ୍ ଟିଭି) ଜାପାନର ଜାତୀୟ ମହାକାଶ ଗବେଷଣା ସଂସ୍ଥା ଚନ୍ଦ୍ରକୁ ଲ୍ୟାଣ୍ଡର ଯାନର ଉତକ୍ଷେପଣ କରିଛି । ଗତ ମାସରେ ଏହି ଉତକ୍ଷେପଣ କରାଯିବାର ଥିଲା । ହେଲେ ଖରାପ ପାଗ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । ଜାପାନ ଜାତୀୟ ମହାକାଶ ଏଜେନ୍ସିର ଚନ୍ଦ୍ର ଲ୍ୟାଣ୍ଡରକୁ ନେଇ ଏଚ୍‌ଆଇଆଇ-ଏ ରକେଟ ଉତକ୍ଷେପଣ କରିଛି । ଦକ୍ଷିଣ-ପଶ୍ଚିମ ଜାପାନର ତନେଗସିମା ସ୍ପେସ୍‌ ସେଣ୍ଟର୍‌ରୁ ଏହାକୁ ପ୍ରେରଣ କରାଯାଇଛି। ଗତ ମାସରେ ଖରାପ ପାଗ ଯୋଗୁ ସପ୍ତାହରେ ତିନିଥର ମିଶନକୁ ସ୍ଥଗିତ ରଖିବା ପରେ ଜାପାନ ଶେଷରେ ଏହା କରିବାରେ ସଫଳ ହୋଇଛି ।

ଜାପାନ ଏରୋସ୍ପେସ ଏକ୍ସପ୍ଲୋରେଶନ ଏଜେନ୍ସି କହିଛି ଏହି ରକେଟ ଦକ୍ଷିଣ ଜାପାନର ତାନେଗାସିମା ସ୍ପେସ ସେଣ୍ଟରରୁ ଉତକ୍ଷେପଣ ହୋଇଛି । ଏଥିରେ ଉଚ୍ଚ ଟେକ୍ନୋଲୋଜି ବ୍ୟବହୃତ ହୋଇଛି। ଏଥିରେ ହାଇ ଟେକ୍ନୋଲୋଜି କ୍ୟାମେରା ଲଗାଯାଇଛି, ଯାହା ଚନ୍ଦ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କାମ କରିବ । ଦୀର୍ଘ ଦିନ ଧରି ଜାପାନ ଏହାର ଚନ୍ଦ୍ର ମିଶନରେ କାର୍ଯ୍ୟ କରିଆସୁଛି । ଏହି ମିଶନ ଅଧୀନରେ ସ୍ମାର୍ଟ ଲ୍ୟାଣ୍ଡରକୁ ଚନ୍ଦ୍ର ଉପରେ ଅନୁସନ୍ଧାନ କରିବାକୁ ଅବତରଣ କରିବାକୁ ପଡିବ । ଆସନ୍ତା ବର୍ଷ ଆରମ୍ଭରେ ଚନ୍ଦ୍ରରେ ଅବତରଣର ସମୟ ଧାର୍ଯ୍ୟ କରାଯାଇଛି ।