FeaturedLatestNews

ରେଳଧାରଣା ଉପରେ ପଡିଲା ଶାଳ ଗଛ, ଅଟକିଲା ଡିଏମ୍‌ୟୁ ଟ୍ରେନ

ବାରିପଦା (ସଂକେତ୍ ଟିଭି) ମୟୁରଭଞ୍ଜ ବେତନଟୀ ଷ୍ଟେସନର ୨ ଶହ ମିଟର ଦୂରରେ ହଠାତ ଏକ ଶାଳ ଗଛ ରେଳଧାରଣା ଉପରେ ପଡିଥିଲା । ଏହା ଟ୍ରାକ୍ ଉପରେ ଥିବା ବିଦ୍ୟୁତ ତାର ଉପରେ ପଡ଼ିବା ପରେ ଟ୍ରାକ୍‌ ଉପରେ ପଡ଼ିଥିଲା । ସୌଭାଗ୍ୟ ବଶତଃ ବାରିପଦା-ବାଲେଶ୍ୱର ଡିଏମୟୁ ବେତନଟୀରୁ ବାରିପଦା ଅଭିମୁଖେ ବାହାରିଯିବାର ୧୫ ମିନିଟ୍ ପରେ ଏହି ଶାଳ ଗଛଟି ଟ୍ରେନଲାଇନ ଉପରେ ପଡିଥିଲା । ଇଲେକ୍ଟ୍ରିକ୍ ଲାଇନ୍ ଛିଣ୍ଡି ଯିବାରୁ ମଞ୍ଚାବନ୍ଧା ଜଙ୍ଗଲରେ ଟ୍ରେନଟି ଅଟକି ରହିଥିଲା ।

ରେଳ ବିଭାଗ ପକ୍ଷରୁ ତୁରନ୍ତ ଗଛକୁ ହଟାଇ ରେଳଧାରଣାର ମରାମତି ଆରମ୍ଭ ହୋଇଛି । ସେପଟେ ଉକ୍ତ ଗଛ ତଳେ ଚାପି ହୋଇ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ଉକ୍ତ ଟ୍ରେନ୍‌ରେ ଯାତ୍ରା କରୁଥିବା କିଛି ରେଳଯାତ୍ରୀ ଜଙ୍ଗଲ ରାସ୍ତାରେ ଚାଲିଚାଲି କେସିପୁର ପହଞ୍ଚିବା ପରେ ଜାତୀୟ ରାଜପଥରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି ।