ଲାଞ୍ଚ ଟଙ୍କା ଧରିଥିବାବେଳେ OSWCର ଗୋଦାମ ଅଧିକ୍ଷକଙ୍କୁ ମାଡ଼ିବସିଲା ଭିଜିଲାନ୍ସ
ଭୁବନେଶ୍ବର (ସଂକେତ୍ ଟିଭି) ଲାଞ୍ଚ ଟଙ୍କା ଧରି ବସ୍କୁ ଅପେକ୍ଷା କରିଥିବା ବେଳେ ଓଏସଡବ୍ଲୁସି (ରାଜ୍ୟ ପଣ୍ୟାଗାର ନିଗମ)ର ପୁରୀ ଜିଲ୍ଲା ନିମାପଡ଼ା ଗୋଦାମ ଅଧିକ୍ଷକ ଦେବୀପ୍ରସାଦ ମହାନ୍ତିଙ୍କୁ ମାଡ଼ିବସିଲା ଭିଜିଲାନ୍ସ ବିଭାଗ । ତାଙ୍କ ନିକଟରୁ ୨ ଲକ୍ଷ ୧୪ ହଜାର ଟଙ୍କା
ଜବତ ହୋଇଥିଲା ।
ସୂଚନା ଅନୁସାରେ, ଦେବୀପ୍ରସାଦ ମହାନ୍ତି ନିମାପଡ଼ାରେ ବସ୍ ପାଇଁ ଅପେକ୍ଷା କରିଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ୨ ଲକ୍ଷ ୧୪ ହଜାର ଟଙ୍କା ତାଙ୍କଠାରୁ ପାଇଥିଲା । ଧରାପଡିବା ପରେ ଭିଜିଲାନ୍ସ ଟିମ୍ ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଦେବୀପ୍ରସାଦଙ୍କ ୩ଟି ସ୍ଥାନରେ ଚଢାଉ କରିଛି । ଚଢାଉ ବେଳେ ତାଙ୍କ ନିକଟରୁ ଆଉ ୫୯ ହଜାର ୬୧୦ ଟଙ୍କା ଏବଂ ଭୁବନେଶ୍ବର ୟୁନିଟ-୮ସ୍ଥିତ ସରକାରୀ ବାସଭବନରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ମୋଟ୍ ୪ ଲକ୍ଷ ୫୩ ହଜାର ୬୧୦ ଟଙ୍କା ଜବତ କରିଛି ।