ଜି-୨୦ ସମ୍ମିଳନୀରେ ବଦଳିଲା ପ୍ରଧାନମନ୍ତ୍ରୀଙ୍କ ନେମ୍ ପ୍ଲେଟରେ ଲେଖାଗଲା ଭାରତ
ନୂଆଦିଲ୍ଲୀ (ସଂକେତ୍ ଟିଭି) ଜି-୨୦ ସମ୍ମିଳନୀରେ ଅଧ୍ୟକ୍ଷତା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେମ୍ ପ୍ଲେଟ ବଦଳିଛି । ନେମ୍ ପ୍ଲେଟରେ ପୂର୍ବରୁ ଇଣ୍ଡିଆ ଲେଖା ହେଉଥିବା ବେଳେ ଏଥର ଭାରତ ବୋଲି ଲେଖାଯାଇଛି । ମୋଦି ବିଶ୍ବନେତାଙ୍କ ସାମ୍ନାରେ ଇଣ୍ଡିଆ ନୁହେଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ନିଜକୁ ପରିଚିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କୌଣସି ଅନ୍ତରାଷ୍ଟ୍ରୀୟ ମଞ୍ଚକୁ ସମ୍ବୋଧିତ କଲେ, ତାଙ୍କ ଟେବୁଲରେ ଥିବା ନେମ ପ୍ଲେଟରେ ଦେଶର ନାମ ଇଣ୍ଡିଆ ଲେଖା ହେଉଥିଲା । କିନ୍ତୁ ଆଜି ଜି-୨୦ ସମ୍ମିଳନୀରେ ଏହି ନେମ୍ ପ୍ଲେଟ ନାମ ଭାରତ ବଦଳିବା ପରେ ପୁଣିଥରେ ଦେଶର ନାମ ବଦଳିବା ଚର୍ଚ୍ଚା ଜୋର ଧରିଛି ।
ଏହାପୂର୍ବରୁ ଜି-୨୦ ନୈଶ୍ୟଭୋଜି ଉପଲକ୍ଷେ ରାଷ୍ଟ୍ରପତି ମୁର୍ମୁଙ୍କ ପକ୍ଷରୁ ଜାରି ନିମନ୍ତ୍ରଣ ପତ୍ରରେ ଇଣ୍ଡିଆ ସ୍ଥାନରେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯାଇଥିଲା । ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା । ମୋଦି ସରକାର ଦେଶର ନାମ ଇଣ୍ଡିଆ ଶବ୍ଦର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରି କେବଳ ଭାରତ କରିବାକୁ ଯୋଜନା କରୁଥିବା ବିରୋଧୀ ଅଭିଯୋଗ କରିଥିଲେ ।
ଏହାରି ଭିତରେ ଗତକାଲି ଜାତିସଂଘ ମଧ୍ୟ ଇଣ୍ଡିଆ ନାମ ପରିବର୍ତ୍ତନ ପାଇଁ ସହମତି ପ୍ରକାଶ କରିଥିଲା । ଇଣ୍ଡିଆର ନାମ ବଦଳାଇ ଭାରତ କରିବା ପାଇଁ ଯଦି ସମସ୍ତ ଔପରଚାରିକତା ପୂର୍ଣ୍ଣ ହୁଏ ତେବେ ଆମେ ଇଣ୍ଡିଆକୁ ଭାରତ ଭାବେ ଗ୍ରହଣ କରିବୁ ବୋଲି କହିଥିଲେ ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଆସିଥିବା ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ର ଷ୍ଟିଫେନ ଡୁଜାରିକ ।