FeaturedGeneralLatestPolitics

କ୍ଷମତା ଲୋଭରେ ହିନ୍ଦୁ ନାଁ ବ୍ୟବହାର କରୁଛି ବିଜେପି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ସଂକେତ୍ ଟିଭି) ୟୁରୋପ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଇଣ୍ଡିଆ-ଭାରତ ନାମ ବିବାଦ ଓ ହିନ୍ଦୁତ୍ୱ ଭଳି ପ୍ରସଙ୍ଗରେ ମତ ରଖିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ କୌଣସି ଜିନିଷର ନାମ ବଦଳାଇବାକୁ ଚାହୁଁଛନ୍ତି ସେମାନେ ଇତିହାସକୁ ଅସ୍ୱୀକାର କରିବାକୁ ଚେଷ୍ଟା କରୁଛନ୍ତି।

ସେ କହିଛନ୍ତି “ମୁଁ ଗୀତା ପଢ଼ିଛି, ଉପନିଷଦ ଏବଂ ଅନ୍ୟାନ୍ୟ ହିନ୍ଦୁ ପୁସ୍ତକ ପଢ଼ିଛି, କିନ୍ତୁ ଭାରତୀୟ ଜନତା ପାର୍ଟି (ବିଜେପି) ଯାହା କରୁଛି ସେଥିରେ ହିନ୍ଦୁତ୍ବ କିଛି ନାହିଁ। ଭାରତ ହେଉଛି ଏକ ରାଜ୍ୟ ସଂଘ । ଯେଉଁମାନେ କୌଣସି ଜିନିଷର ନାମ ବଦଳାଇବାକୁ ଚାହୁଁଛନ୍ତି ସେମାନେ ମୂଳତଃ ଇତିହାସକୁ ଅସ୍ୱୀକାର କରିବାକୁ ଚେଷ୍ଟା କରୁଛନ୍ତି।

ସେ କହିଛନ୍ତି ଆମ ସମ୍ବିଧାନରେ ଇଣ୍ଡିଆ ଦ୍ୟାଟ୍ ଇଜ୍ ଭାରତ ବୋଲି ଭାବେ ବର୍ଣ୍ଣନା କରାଯାଇଛି। ଭାରତ ବା ଭାରତ ଗଠନ କରିବା ପାଇଁ ଏହି ରାଜ୍ୟଗୁଡ଼ିକୁ ନେଇ ଗଠିତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସବୁ ରାଜ୍ୟରେ ସଂପୃକ୍ତ ସମସ୍ତଙ୍କ ସ୍ୱର ଶୁଣାଯାଏ ଏବଂ କୌଣସି ସ୍ୱରକୁ ଦମନ କରାଯାଏ ନାହିଁ କିମ୍ବା ଭୟଭୀତ କରାଯାଏ ନାହିଁ ।