ଶେଷ ହେଲା ଜି୨୦ ଶିଖର ସମ୍ମିଳନୀ, ବ୍ରାଜିଲ ପରବର୍ତ୍ତୀ ଅଧ୍ୟକ୍ଷ
ନୂଆଦିଲ୍ଲୀ (ସଂକେତ୍ ଟିଭି) ନୂଆଦିଲ୍ଲୀରେ ଦୁଇ ଦିନ ଧରି ଚାଲିଥିବା ଅଷ୍ଟାଦଶ ଜି୨୦ ଶିଖର ସମ୍ମିଳନୀ ଆଜି ଶେଷ ହୋଇଛି। ଏହି ସମ୍ମିଳନୀରେ ଭାରତ ବ୍ରାଜିଲକୁ ପରବର୍ତ୍ତୀ ଅଧ୍ୟକ୍ଷ ପଦ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ କରିଛନ୍ତି। ଚଳିତ ବର୍ଷ ନଭେମ୍ବର ଶେଷ ଆଡ଼କୁ ଜି୨୦ର ଭର୍ଚ୍ଚୁଆଲ ଅଧିବେଶନ ପାଇଁ ଶ୍ରୀ ମୋଦୀ ପ୍ରସ୍ତାବ ଦେଇଛନ୍ତି।