FeaturedGeneralLatest

ଜି-୨୦ ଶିଖର ସମ୍ମିଳନୀ : ପାଶ୍ଚାତ୍ୟ ଦେଶକୁ ଗାଳି, ଭାରତକୁ ପ୍ରଶଂସା କଲା ଋଷ

ମସ୍କୋ (ସଂକେତ୍ ଟିଭି) ଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ୟୁକ୍ରେନ ଯୁଦ୍ଧକୁ ପ୍ରାଧାନ୍ୟ ଦେଇ ନ ଥିବାରୁ ରୁଷିଆ ଭାରତକୁ ପ୍ରଶଂସା କରିଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସରଗୋଇ ଲାଭ୍ରୋଭ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜି-୨୦ ଶିଖର ସମ୍ମିଳନୀରେ ୟୁକ୍ରେନ ଯୁଦ୍ଧ ନେଇ ପ୍ରସ୍ତୁତ ଏଜେଣ୍ଡାକୁ ଭାରତ ଅନୁମତି ଦେଇନଥିଲା ।

ପାଶ୍ଚାତ୍ୟ ଦେଶମାନଙ୍କର ଜି-୨୦ କୁ ରାଜନୀତିକରଣ କରିବାର ପ୍ରୟାସକୁ ରୋକିବା ପାଇଁ ଭାରତକୁ ରୁଷିଆର ବୈଦେଶିକ ମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଏହି ସମ୍ମିଳନୀ ନିଶ୍ଚିତ ଭାବରେ ସଫଳ ହୋଇଛି। ଏହି ଅବସରର ସେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଟାର୍ଗେଟ କରିଛନ୍ତି।

ଋଷ ଏବଂ ୟୁକ୍ରେନ ମଧ୍ୟରେ ଅସ୍ତ୍ରବିରତି ହୋଇପାରେ ବୋଲି ପଚରାଯିବା ପରେ ସେ କହିଛନ୍ତି ଯେ ୟୁକ୍ରେନ ଅଧିକାରୀମାନେ ଏବେବି ଋଷକୁ ଶାରୀରିକ ଭାବରେ ଧ୍ୱଂସ କରିବାକୁ ଧମକ ଦେଉଛନ୍ତି।

“ସମସ୍ତେ ଶାନ୍ତି ଚାହାଁନ୍ତି। ପ୍ରାୟ 18 ମାସ ପୂର୍ବେ ଆମେ ଏହି ବିବାଦର ସମାଧାନ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ରାଜି ହୋଇଥିଲୁ। ଏହା ପରେ ପାଶ୍ଚାତ୍ୟ ଦେଶମାନେ ଜେଲେନସ୍କିଙ୍କୁ ଏଥିରେ ଦସ୍ତଖତ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ କାରଣ ସେମାନେ ଭାବିଥିଲେ ଯେ ସେମାନେ ନିଜ ଆଡୁ ଯୁଦ୍ଧ ବିରତି କରିବୁ।”

“ଋଷର ରାଷ୍ଟ୍ରପତି ପୁଟିନ ନିକଟରେ କହିଛନ୍ତି ଯେ ଆମେ ବୁଝାମଣାକୁ ମନେ କରୁନାହୁଁ। ତଥାପି ଏଭଳି କୌଣସି ବୁଝାମଣାରେ ତୃଣମୂଳ ସ୍ତରରେ ଥିବା ବାସ୍ତବତାକୁ ବିଚାର କରିବା ଏବଂ ନାଟୋର ଆକ୍ରମଣାତ୍ମକ ନୀତିକୁ ଧ୍ୟାନ ଦେବା ଆବଶ୍ୟକ।”