FeaturedLatestNewsPolitics

ନବୀନଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧି ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି

ଭୁବନେଶ୍ବର (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧି ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏବଂ ଏସପି ବି. ଗଙ୍ଗାଧର ବିବାଦ ଘେରକୁ ଆସିଛନ୍ତି । ଗତକାଲି(ରବିବାର) ଉଭୟ ମୟୂରଭଞ୍ଜରେ ଏକ ମାରଥନ କାର୍ଯ୍ୟକ୍ରମ ଯୋଗଦେବା ଅବସରରେ ଏହି ଟି-ସାର୍ଟ ପିନ୍ଧିଥିଲେ । ଯାହାକୁ ନେଇ ଏବେ ରାଜ୍ୟରେ ବିବାଦ ମୁଣ୍ଡ ଟେକିଛି ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ନେଇ ଟ୍ୱିଟ କରି କହିଥିଲେ ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା । ଏହି ଅଧିକାରୀ ଜଣକ ମନେ ରଖିବା କଥା ଯେ ସବୁ ଦିନ ଋତୁ ସମାନ ରହିବ ନାହିଁ । ଅର୍ଥାତ ଅପରାଜିତା କଟାକ୍ଷ କରି କହିଥିଲେ ଯେ ଦିନେ ନା ଦିନେ ଋତୁ ବଦଳିବ ।

ଏହି ଘଟଣାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ ଜିଲ୍ଲାପାଳମାନେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଭାବେ କାମ କରୁଛନ୍ତି । ଏସପିମାନେ ସାଧାରଣ ସମ୍ପାଦକ ଭଳି କାମ କରୁଛନ୍ତି । ଲୋକଙ୍କ ସେବା ନ କରି ଏହି ଅଧିକାରୀମାନେ ବେପାର କରିବାରେ ବ୍ୟସ୍ତ ଅଛନ୍ତି। ମୟୁରଭଞ୍ଜ ଓ କେନ୍ଦୁଝର ଭଳି ଖଣି ଅଞ୍ଚଳରେ କେଉଁଠି କିଏ ଟ୍ରାନ୍ସପୋର୍ଟ କରିବ,କିଏ ବେପାର କରିବ, କେଉଁଠି କାହାର ଗାଡି ମୋଟର ଲାଗିବ,କେଉଁଠି କାହାର ମେସିନ ଲାଗିବ ଏ ସବୁ କଥା ବୁଝୁଛନ୍ତି । ଜନତାଙ୍କ ସମସ୍ୟା ବୁଝିବା ପାଇଁ ଜିଲ୍ଲାପାଳମାନଙ୍କ ପାଖରେ ସମୟ ନାହିଁ କିନ୍ତୁ ଏଇ ଭଳି ଦଳୀୟ କାର୍ଯ୍ୟ କରିବାରେ ସେମାନେ ବ୍ୟସ୍ତ ଅଛନ୍ତି।

ଏହାଠାରୁ ସବୁଠୁ ସଙ୍ଗୀନ ପ୍ରସଙ୍ଗ ହେଉଛି ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାପାଳ ଗୋଟେ ଜିଲ୍ଲାରେ ୬ ରୁ ୭ ବର୍ଷ ହେଲା ରହିଛନ୍ତି । ଏହି କରିତକର୍ମା ଜିଲ୍ଲାପାଳ ସେଠି କଣ ଏମିତି ସଫଳତା ଆଣିଦେଲେ ଯେ ତାଙ୍କୁ ୭ ବର୍ଷ ହେଲା ସେଠି ରଖାଯାଇଛି । ନବୀନ ପଟ୍ଟନାୟକଙ୍କ ଟି ସାର୍ଟ ପିନ୍ଧିବା ଏବଂ ପାର୍ଟି କାର୍ଯ୍ୟକ୍ରମରେ ସାମିଲ ହେବା କେଉଁ ପରିପ୍ରେକ୍ଷୀରେ ହୋଇଛି ତାହାର ଅନୁଧ୍ୟାନ ହେବା ଦରକାର ।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ମୟୂରଭଞ୍ଜ ଏସପି ଓ କଲେକ୍ଟର ନିଜ ସାମ୍ବିଧାନିକ ସୀମା ଭିତରୁ ରୁହନ୍ତୁ । ସରକାରୀ କର୍ମଚାରୀମାନେ ଆଇନ ଉଲ୍ଲଙ୍ଘନ କରିବା ବା ନୈତିକତା ହରାଇବା ସମାଜ ପାଇଁ ଶୁଭଙ୍କର ନୁହେଁ । ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ସହ ବିଜେଡି ଦଳର ସୁପ୍ରିମୋ ମଧ୍ୟ ଅଟନ୍ତି । ଏପରି ସ୍ଥିତିରେ ଦୁଇ ପ୍ରଶାସନିକ ଅଧିକାରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭାରତୀୟ ପ୍ରଶାସନିକ ‌ସେବା (IAS) ବିନିତ ଭରଦ୍ବାଜ ଦୀର୍ଘ ସାଢ଼େ ୫ ବର୍ଷ ହେଲା ନିଜ ଚୌକିରେ ଅଛନ୍ତି । କୌଣସି ଜିଲ୍ଲାରେ ଏକାଦିକ୍ରମେ ଏତେ ବର୍ଷ ସେବାରେ ରହିବା ସର୍ବଭାରତୀୟ ସର୍ଭିସ ରୁଲ୍‌ର ଖୋଲା ଉଲ୍ଲଂଘନ । ତଥାପି ସେ ସରକାରଙ୍କ ଗେହ୍ଲା ପୁଅ । ତାଙ୍କ ବ୍ୟାଚ୍‌ର ଆଇଏଏସ୍‌ ଭିନ୍ନ ଭିନ୍ନ ଜିଲ୍ଲାକୁ ଦୁଇ ତିନି ଥର ବଦଳି ହୋଇ ସାରିଲେଣି । ହେଲେ କ୍ଷମତା କେନ୍ଦ୍ରର ଆଶୀର୍ବାଦ ଯୋଗୁଁ ଗୋଟିଏ ଜାଗାରେ ଅଛନ୍ତି ଏହି ଆଇଏଏସ୍ ଅଧିକାରୀ