BusinessFeaturedGeneralLatest

୨୦ ହଜାର ପାର୍ କରି ସର୍ବକାଳୀନ ରେକର୍ଡ କଲା ନିଫ୍‌ଟି

ମୁମ୍ବାଇ (ସଂକେତ୍ ଟିଭି) ୨୦ ହଜାର ମାଇଲଖୁଣ୍ଡ ପାର୍ କରି ନ୍ୟାସ୍‌ନାଲ ଷ୍ଟକ୍ ଏକ୍ସଚେଞ୍ଜରେ ଇତିହାସ ରଚିଲା ନିଫ୍‌ଟି। ପ୍ରଥମ ଥର ପାଇଁ ୨୦ ହଜାର ମାର୍କ ବୃଦ୍ଧି ପାଇଛି ନିଫ୍ଟି। ଶେୟାର ବଜାରରେ ବ୍ୟାପକ ନିବେଶ ଯୋଗୁ ନିଫ୍‌ଟି ୫୦ ଦିନ ୩.୧୫ ସମୟରେ ୧୭୯ ପଏଣ୍ଟ ବୃଦ୍ଧି ପାଇଁ ୨୦ ହଜାର ପାର କରି ରେକର୍ଡ କରିଛି।

ଏହା ପୂର୍ବରୁ ଜୁଲାଇ ମାସରେ ମଧ୍ୟ ନିଫ୍‌ଟିରେ ଭଲ ଅଗ୍ରଗତି ହୋଇଥିଲା। ମାର୍ଚ୍ଚ ୨୦୨୩ ଠାରୁ ଜୁନ ମାସରେ ଏହା ୧୯୦୦୦ ସ୍ତରକୁ ଅତିକ୍ରମ କରିଥିଲା । ଆଜି ନିଫ୍‌ଟିକୁ ୧୯୦୦୦ରୁ ୨୦ ହଜାର ଛୁଇଁବାକୁ ମୋଟ ୫୨ ଟ୍ରେଣ୍ଡିଂ ସେସନର ଆବଶ୍ୟକ ପଡ଼ିଲା। । ଆଦାନୀ ଗ୍ରୁପର ଷ୍ଟକ୍ ଓ ବ୍ୟାଙ୍କ ଶେୟାର ସର୍ବାଧିକ କିଣିବା ଦ୍ୱାରା ନିଫ୍‌ଟି ମାଇଲ୍‌ଷ୍ଟୋନ୍‌ ହାସଲ୍ କରିଛି। ସେହିପରି ବିଏସ୍‌ଇ ସେନ୍‌ସେକ୍ସ ପୁଣିଥରେ ୬୭ ହଜାର ପାର କରିବାରେ ସଫଳ ହୋଇଛି। ଆଜିର କାରବାର ଶେଷ ହେବା ପରେ ବିଏସ୍‌ଇ ସେନ୍‌ସେକ୍ସ ୫୫୦ ପଏଣ୍ଟ ସହ ଏଥିରେ ଅଗ୍ରଗତି ହୋଇ ୬୭,୧୫୬ ହୋଇଛି। ନ୍ୟାସ୍‌ନାଲ୍ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍‌ଟି ୧୮୦ ପଏଣ୍ଟ ସହ ୧୯୯୯୬ ଲେବଲରେ ବନ୍ଦ ହୋଇଛି।

ଆଜି ଶେୟାର ବଜାରରେ କେବଳ ମିଡିଆକୁ ଛାଡ଼ି ଦେଲେ ସମସ୍ତ ଷ୍ଟେକର୍ସଙ୍କ ଷ୍ଟକ୍ସ ଅଗ୍ରଗତିରେ ସହ ବନ୍ଦ ହୋଇଛି। ତେବେ ବ୍ୟାଙ୍କିଙ୍ଗ୍ ଷ୍ଟକ୍ସରେ ସବୁଠାରୁ ଅଧିକ ଶେୟାର କିଣାଯାଇଥିଲା। ସେପଟେ ଆଜି ଏସବିଆଇ, ଆକ୍ସିସ ବ୍ୟାଙ୍କ, ମାରୁତି, ଏଚସିଏଲ, ଟାଟା ମୋଟର୍ସ, ପାୱାର ଗ୍ରୀଡ଼, ଏସିଆନ ପେଣ୍ଟ, ଏଚଡିଏଫଲି ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଆଇଟିସି, ସନ ଫାର୍ମାର ସେୟାରରେ ରେକର୍ଡ ବୃଦ୍ଧି ଘଟିଛି। ତେବେ କେବଳ ଲାର୍ସେନ ଆଣ୍ଡ ଟ୍ୟୁବ୍ରୋ ଏବଂ ବଜାଜ ଫାଇନାନ୍ସର ସେୟାର କ୍ଷତିରେ କାରବାର କରିଛି । ସେପଟେ ଆଦାନୀ ପୋର୍ଟ ଏବଂ ଆଦାନୀ ଏଣ୍ଟରପ୍ରାଇଜର୍ସର ସେୟାରରେ ଯଥାକ୍ରମେ ସାତ ପ୍ରତିଶତ ଓ ଚାରି ପ୍ରତିଶତ ବୃଦ୍ଧି ଘଟିଛି ।

ସେହିପରି ଆଇଟି, ଅଟୋ, ଏନର୍ଜୀ, ଏଫ୍‌ଏମ୍‌ସିଜି ଓ ମେଟଲ୍ସ, ଫାର୍ମା, ହେଲ୍ଥକେୟାର ଭଳି ସେକ୍ଟରଗୁଡ଼ିକର ଶେୟାର ସବୁଜ ସଂକେତ ସହିତ ବନ୍ଦ ହୋଇଥିଲା। ମିଡ୍ କ୍ୟାପ୍ ଷ୍ଟକ୍ସରେ ଅଧିକ କିଣାକିଣି ଦେଖିବାକୁ ମିଳିଥିଲା। ଫଳରେ ନିଫ୍‌ଟୀ ମିଡ୍‌ କ୍ୟାପ୍ ଇଣ୍ଡେକ୍ସ ୪୬୬ ଅଙ୍କ ଉପରକୁ ଉଠି ୪୧,୫୫୫ ଅଙ୍କରେ ବନ୍ଦ ହୋଇଥିଲା। ସେହିପରି ସ୍ମଲ୍‌ କ୍ୟାପ୍ ଇଣ୍ଡେକ୍ସ ୧୭୦ ଅଙ୍କର ଉପରକୁ ଉଠି ୧୨୯୮୨ ଅଙ୍କର ବନ୍ଦ ହୋଇଥିଲା। ନିଫ୍‌ଟିର ୫୦ ଶେୟାର ମଧ୍ୟରୁ ୪୫ ଶେୟାର ଦ୍ରୁତ ଉପରକୁ ଉଠି ବନ୍ଦ ହୋଇଥିବା ବେଳେ ୫ଟି ଶେୟାର ହ୍ରାସ ଦେଖିବାକୁ ମିଳିଥିଲା।