ଆପେ ଆପେ ଭାରତରେ ମିଶିଯିବ ପାକିସ୍ତାନ ଅଧିକୃତ କାଶ୍ମୀର : କେନ୍ଦ୍ର ମନ୍ତ୍ରୀ ବିକେ ସିଂହ
ଭୁବନେଶ୍ବର (ସଂକେତ୍ ଟିଭି) ଆମକୁ କିଛି କରିବାକୁ ପଡିବନାହିଁ । ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଆପେ ଆପେ ଭାରତରେ ମିଶିଯିବ । ତେଣୁ ବ୍ୟସ୍ତ ହୁଅନ୍ତୁନାହିଁ । ଏଭଳି ଏକ ବୟାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ବିକେ ସିଂହ । ସେ କହିଛନ୍ତି ଆଉ କିଛି ଦିନ ଅପେକ୍ଷା କରନ୍ତୁ । ପିଓକେ ଆପେ ଆପେ ଭାରତରେ ମିଶିଯିବ । ସେହି ଦିନ ପାଖେଇ ଆସୁଛି ।
ରାଜସ୍ଥାନରେ ଏକ ପ୍ରେସ୍ମିଟ୍କୁ ସମ୍ଭୋଧନ କରି ବିକେ ସିଂହ କହିଛନ୍ତି ପିଓକେ ଅକ୍ତିଆର କରିବା ପାଇଁ ଭାରତୀୟ ସରକାର କିମ୍ବା ଭାରତୀୟ ସେନାକୁ କିଛି କରିବାକୁ ପଡିବନାହିଁ । ଏହାସହିତ ପାକିସ୍ତାନ ସରକାର ବି କିଛି କରିପାରିବନି ।
ସୂଚନା ଅନୁସାରେ, ୧୯୪୭ ମସିହାରେ କାଶ୍ମୀରର କିଛି ଅଂଶକୁ ପାକିସ୍ତାନ ଜବରଦସ୍ତ ଭାବେ ଅକ୍ତିଆର କରିଥିଲା । ସେହି ଅଞ୍ଚଳକୁ ପାକିସ୍ତାନ ତାର ଅଞ୍ଚଳ ବୋଲି ଦାବି କରିଆସୁଥିଲା । କିନ୍ତୁ ନିୟମ ଅନୁସାରେ ଏହି ଅଞ୍ଚଳଟି ଭାରତର ବୋଲି ଭାରତ ଦାବି କରୁଛି । ବର୍ତ୍ତମାନ ଏହି ବିବାଦୀୟ ଅଞ୍ଚଳର ମାମଲା ଜାତିସଂଘରେ ଅଟକି ରହିଛି ।