FeaturedGeneralLatest

ଉଜ୍ବଳା ଯୋଜନାରେ ମାଗଣାରେ ଦିଆଯିବ ୭୫ ଲକ୍ଷ ଏଲପିଜି ସଂଯୋଗ

ନୂଆଦିଲ୍ଲୀ (ସଂକେତ୍ ଟିଭି) ଚଳିତ ଥର କେନ୍ଦ୍ର ସରକାର ଉଜ୍ବଳା ୨.୦ ସ୍କିମ୍‌ ଲଞ୍ଚ କରିଛନ୍ତି । ଏହି ସ୍କିମ୍‌ ଅନୁଯାୟୀ ଆଗାମୀ ୩ ବର୍ଷରେ ଆହୁରି ୭୫ ଲକ୍ଷ ମାଗଣା ଏଲପିଜି ସଂଯୋଗ ଦିଆଯିବ। ଏହି ଏଲପିଜି ସଂଯୋଗ ଉଜ୍ବଳା ଯୋଜନା ଅନୁଯାୟୀ ଦିଆଯିବ। ଏଥିରେ ରିଫିଲ ମାଗଣା ରହିବା ସହ ଏହାର ଖର୍ଚ୍ଚ ତୈଳ କମ୍ପାନୀ ବହନ କରିବ। ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ ବୈଠକର ସୂଚନା ଦେଇଛନ୍ତି।

ସେହିପରି ଏହି ବୈଠକରେ ସରକାର ଇ-କୋର୍ଟ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ୭୨୧୦କୋଟି ଟଙ୍କା ମୂଲ୍ୟର ଇ-କୋର୍ଟ ମିଶନ ମୋଡ ପ୍ରକଳ୍ପ ୩ଟି ଚରଣକୁ ଆଜି ଅନୁମୋଦନ କରାଯାଇଛି। ଏହି ଯୋଜନା ଅଧିନରେ ଅନଲାଇନ ଓ ପେପରଲେସ କୋର୍ଟ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରହିଛି। ଏହାଦ୍ୱାରା ନ୍ୟାୟିକ ବ୍ୟବସ୍ଥା ଅଧିକ ସ୍ବଚ୍ଛ ରହିବା ସହ ପେପରଲେସ୍‌ କୋର୍ଟ ପାଇଁ ଇ-ଫାଇଲ ଏବଂ ଇ-ପେମେଣ୍ଟ ସିଷ୍ଟମ ହେବ। ସେହିପରି ତଥ୍ୟ ସଂରକ୍ଷଣ ପାଇଁ କ୍ଲାଉଡ ଷ୍ଟୋରେଜର ମଧ୍ୟ ବ୍ୟବହାର କରାଯିବ। ସବୁ କୋର୍ଟ ପରିସରରେ ୪୪୦୦ ଇ-ସେବା କେନ୍ଦ୍ର ସ୍ଥାପନ କରାଯିବ।

ସେହିପରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ବାୟୋଫୁଏଲର ଗଠନ ବଡ଼ ସଫଳତା। ଟ୍ରାଫିକ୍‌ ଚାଲାଣ ପାଇଁ ଭର୍ଚୁଆଲ ବ୍ୟବସ୍ଥା କରାଯାଇଛି। ଇ-କୋର୍ଟ ମିଶନ ମୋଡ୍‌ ପ୍ରୋଜେକ୍ଟର ଫେଜ୍-୩କୁ ଆଜି ମଞ୍ଜୁରୀ ମିଳିଛି। ଏହାଦ୍ବାରା ପ୍ରାୟ ୭,୨୧୦ କୋଟି ଟଙ୍କା ଖର୍ଚ୍ଚରେ ପୂରଣ କରାଯିବ।