CrimeFeaturedLatestNews

ଲାଞ୍ଚ ନେବା ଭିଡିଓ ପ୍ରଘଟ ଘଟଣାରେ ପୁଲିସ ଏଏସଆଇ ନିଲମ୍ବିତ

ବାରିପଦା (ସଂକେତ୍ ଟିଭି) ଲାଞ୍ଚ ନେବା ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ଘଟଣାରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାର କାର୍ଯ୍ୟରତ ପୁଲିସ ଏଏସଆଇ ଅବଦୁଲ ମତଲବୀ ଖାନଙ୍କୁ ଗୁରୁବାର ନିଲମ୍ବିତ କରାଯାଇଛି ।

ସୂଚନା ଥାଉକି, ଏକ ମାମଲା ରଫା ଦଫା କରିବା ପାଇଁ ଏଏସଆଇ ଅବଦୁଲ ମତଲବୀ ଖାନ ୫ ଜଣଙ୍କ ନାମ ଏତଲାରୁ ବାଦ ଦେବା ପାଇଁ ମୋଟା ଅଙ୍କର ଟଙ୍କା ନେଉଥିବା ଭିଡିଓ ପ୍ରଘଟ ହୋଇଥିଲା । ତେବେ ଅବଦୁଲ ଘଟଣାକୁ ଖଣ୍ଡନ କରିଥିଲେ । ସେପଟେ ଏହି ଘଟଣାରେ ମୟୂରଭଞ୍ଜ ଏସପି ବି ଗଙ୍ଗାଧର ବିବାଦୀୟ ଏଏସଆଇଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।