ଭାରସାମ୍ୟ ହରାଇ ପୋଲର ଡିଭାଇଡରରେ ପିଟି ହେଲା ସ୍କୋର୍ପିଓ, ଡ୍ରାଇଭର ମୃତ
ବାରିପଦା (ସଂକେତ୍ ଟିଭି) ଭାରସାମ୍ୟ ହରାଇ ପୋଲର ଡିଭାଇଡ଼ରରେ ଧକ୍କା ଦେଲେ ସ୍କୋର୍ପିଓ । ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ସୀମାନ୍ତ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ, ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ଦେଇ ସ୍କୋର୍ପିଓଟି ଯାଜପୁର ଯାଉଥିବା ସମୟରେ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ସ୍କୋର୍ପଓଟି ପୋଲର ଡିଭାଇଡ଼ରରେ ଧକ୍କା ଦେଇଥିଲା । ଫଳରେ ସ୍କୋର୍ପିଓ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମୃତକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଗୋପୀନାଥପୁର ଗ୍ରାମର ଜୁଲ ଫିକ୍କର। ସେ ମୁର୍ଗାପାଟ ରଏକ ହୋଟେଲ କରି ରହୁଥିଲେ। ଘଟଣା ସ୍ଥଳରେ ଚଢେଇଭୋଳ ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।