FeaturedGeneralLatest

ଆଠ ମହଲାରୁ ଖସି ପଡିଲା ଲିଫ୍ଟ, ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ସଂକେତ୍ ଟିଭି) ଗ୍ରେଟର ନୋଏଡା ଆମ୍ରପାଲି ଡ୍ରିମ ଭ୍ୟାଲି ଫେଜ- ୨ ପ୍ରକଳ୍ପର ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଖସିପଡିବାରୁ ସେଥିରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ସେଥିରେ ଥିବା ଆଉ ୫ଜଣ ଲୋକ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗ୍ରେଟର ନୋଏଡାରେ ଅମ୍ରପାଲ୍ଲି ଗ୍ରୁପର ଡ୍ରିମ୍ ପ୍ରୋଜେକ୍ଟର ଏକ ନିର୍ମାଣାଧିନ କୋଠାର ଲିଫ୍ଟଟି ଆଠ ମହଲାରୁ ଖସିପଡିଥିଲା । ଏହା ତୃତୀୟ ମହଲାରେ ଅଟକିଯାଇଥିଲା। ଏଥିରେ କାମ କରୁଥିବା ୪ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ତେବେ କନଷ୍ଟ୍ରକସନ କମ୍ପାନୀ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏହା ପୂର୍ବରୁ ନୋଏଡାର ଅନ୍ୟ ଏକ ସମ୍ଭ୍ରାନ୍ତ ଅଞ୍ଚଳରେ ଲିଫ୍ଟ ଖସିପଡିବାରୁ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା। ସେହିପରି କିଛି ଦିନ ତଳେ ମହାରାଷ୍ଟ୍ର ଥାନେରେ ୧୧ ସେପ୍ଟେମ୍ବରରେ ମଧ୍ୟ ନିର୍ମାଣଧୀନ କୋଠାର ଲିଫ୍ଟ ଖସିପଡିବାରୁ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିଲା। ସୂଚନା ମୁତାବକ, ଥାଣେର ବାଲକୁମା ନାକା ନିକଟରେ ଏହି ଅଘଟଣ ଘଟିଥିଲା । ସିଂଘାନିଆ ରନଓ୍ବେ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ବିଲ୍ଡଂ ନିର୍ମାଣ କରିଥିବା ବେଳେ ଲିଫ୍ଟ ଭାଙ୍ଗିପଡ଼ିଥିଲା । ୧୬ ମହଲାରେ ଲିଫ୍ଟ ତାର ଛିଡ଼ିଯିବାରୁ ୭ଜଣ ଶ୍ରମିକ ଖସିପଡ଼ିଥିଲେ । ଯାହାଫଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା ।