FeaturedLatestNews

ବିଦ୍ୟୁତ ଖୁଣ୍ଟରେ ବାଡେଇ ହେଲା ସ୍କୁଟି, ଜଣେ ଛାତ୍ର ମୃତ, ୨ ଗୁରୁତର

ଭଦ୍ରକ (ସଂକେତ୍ ଟିଭି) : ବିଦ୍ୟୁତ୍‌ ଖୁଣ୍ଟରେ ଏକ ସ୍କୁଟି ପିଟି ହେବାରୁ ଜଣେ କଲେଜ ଛାତ୍ର ମୃତ୍ୟୁବରଣ କରିବା ସହିତ ୨ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି କଲେଜ ନିକଟରେ ଆଜି ମଧ୍ୟାହ୍ନରେ ଏହି ଦୁର୍ଘଟଣା ଘଟିଛି । ମୃତ ଛାତ୍ର ହେଲେ କାଣ୍ଡଗରଡ଼ିର ବଳରାମ ନାୟକଙ୍କ ପୁଅ ସତ୍ୟବ୍ରତ ନାୟକ(୧୭) । ଗୁରୁତର ଆହତଙ୍କ ମଧ୍ୟରେ ଜଣେ ପୀରହାଟ ଥାନା ଚାରିବାଟିଆ ଗାଁର ବିଜୟ ପଣ୍ଡା(୧୬) ଓ ଚାନ୍ଦବାଲି ପାଞ୍ଚପଡା ଅଂଚଳର ଲକି ଦାସ(୧୬) ।

ସୂଚନା ଅନୁଯାୟୀ, ୩ ଜଣ ଛାତ୍ର ଚାନ୍ଦବାଲି କଲେଜ ପଛପଟ ଗେଟରୁ ଏକ ସ୍କୁଟି ଯୋଗେ ଦ୍ରୁତଗତିରେ ବାହାରି ଥିଲେ । ହେଲେ ଭାରସାମ୍ୟ ହରାଇ କଲେଜ ଗେଟ୍‌ ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟିରେ ପିଟି ହୋଇଯାଇଥିଲେ । ଆହତ ଅବସ୍ଥାରେ ୩ଜଣଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସତ୍ୟବ୍ରତଙ୍କୁ ମୃତ ଘୋଷଣା କରିଥିଲେ । ୨ ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି ।