ଚନ୍ଦ୍ରଯାନରେ କଂଗ୍ରେସକୁ ଚନ୍ଦ୍ରକୁ ପଠାଇବି : ହିମନ୍ତ ବିଶ୍ୱଶର୍ମା
ନୂଆଦିଲ୍ଲୀ (ସଂକେତ୍ ଟିଭି) ଠିକ ସମୟରେ ଇସ୍ରୋ ଚନ୍ଦ୍ରଯାନ ତିଆରି କରିଛନ୍ତି। ମୁଁ କଂଗ୍ରେସକୁ ସେଥିରେ ଚନ୍ଦ୍ରକୁ ପଠାଇବି। ସେଠାରେ କଂଗ୍ରେସ ସରକାର ଗଠନ କରିବ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହା କହିଛନ୍ତି ।
ସେ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଚାର ଲାଗି ଜବଲପୁର ପହଞ୍ଚିଛନ୍ତି। ଶନିବାର ସେ ସେଠାରେ ମିଡିଆ ସହ କଥା ହୋଇଛନ୍ତି। ଏହି ସମୟ ମଧ୍ୟରେ ସେ ୧୪ ଟିଭି ଆଙ୍କର୍ ଶୋ’ରେ ଏହାର ପ୍ରତିନିଧୀଙ୍କୁ ନ ପଠାଇବାକୁ ଇଣ୍ଡିଆ ମେଣ୍ଟର ନିଷ୍ପତ୍ତି ନେଇ କଂଗ୍ରେସକୁ କଡ଼ା ସମାଲୋଚନା କରଛନ୍ତି।
ସେ କହିଛନ୍ତି, ସେନସରସିପ ଲଗାଇବା, ଗଣମାଧ୍ୟମକୁ ବୟକଟ କରିବା, ଏହାର ଇତିହାସ ୧୯୭୫ରୁ ଆରମ୍ଭ ହୋଇଛି। ଏହା ନୂଆ ନୁହେଁ। ଏହା (ଆଙ୍କରଙ୍କ ବୟକଟ) ହେଉଛି ସେମାନଙ୍କର ରିହର୍ସାଲ। ଭାରତରେ ଯଦି କଂଗ୍ରେସ ସରକାର କ୍ଷମତାକୁ ଆସନ୍ତି ତେବେ ଗଣମାଧ୍ୟମ ଉପରେ ସେନସରସିପ ଲଗାଇବ।
ସେ କଂଗ୍ରେସକୁ ମଧ୍ୟ ଅପମାନିତ କରି କହିଛନ୍ତି, ‘ଏହା ଏକ ଭଲ କଥା ଯେ ଇସ୍ରୋ ଠିକ ସମୟରେ ଚନ୍ଦ୍ରଯାନ ତିଆରି କରିଛି। ମୁଁ କଂଗ୍ରେସକୁ ସେଥିରେ ଚନ୍ଦ୍ରକୁ ପଠାଇବି। ସେଠାକୁ ଯାଇ ସରକାର ଗଠନ କରିବ । ସେଠାକୁ ଯାଇ ଗଣମାଧ୍ଯମ ଉପରେ ଏହି ପ୍ରତିବନ୍ଧକ ଲଗାଇବ। ସେଥିରେ କିଛି ଅସୁବିଧା ନାହିଁ।