ବଡ ଭଉଣୀ ଗୀତାଙ୍କ ଶେଷଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କରିଛନ୍ତି । ରବିବାର ଦିଲ୍ଲୀ ଯାଇ ଭଉଣୀ ଗୀତାଙ୍କ ଶେଷ ଦର୍ଶନ କରିଛନ୍ତି। ଭଉଣୀଙ୍କ ପରଲୋକରେ ଗଭୀର ମର୍ମାହତ ଥିବା ନବୀନ କହିଛନ୍ତି।
ଶନିବାର ରାତିରେ ଗୀତା ମେହେଟ୍ଟାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ହୋଇଥିଲା। ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଗୀତା ଏକାଧାରରେ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା, ଚଳଚ୍ଚିତ୍ର ପ୍ରଯୋଜିକା ଏବଂ ସାମ୍ବାଦିକା ଥିଲେ।