FeaturedGeneralLatest

କାନାଡା ହାଇ କମିଶନରଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଲା ଭାରତ

ନୂଆଦିଲ୍ଲୀ:(ସଂକେତ ଟିଭି) ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜରର ହତ୍ୟା ମାମଲାକୁ ନେଇ ଭାରତ-କାନାଡା ମୁହାଁମୁହିଁ ହୋଇଛନ୍ତି । ନିଜରର ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତିର ଅଭିଯୋଗ କରି କାନାଡା ସୋମବାର ଭାରତର ଏକ ସିନିୟର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବାର ନିର୍ଦେଶ ଦେଇଥିଲା।

ଏହାପରେ ଭାରତ କାନାଡ଼ା ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିଛି । ଭାରତରେ କାନାଡାର ହାଇ କମିଶନର ଥିବା କାମେରୁନ ମ୍ୟାକେଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମନ କରିଛି। କେବଳ ଏତିକି ନୁହେଁ ଭାରତ କାନାଡା ହାଇ କମିଶନରଙ୍କୁ କହିଛି ଯେ କାନାଡାର ରାଷ୍ଟ୍ରଦୂତ ପାଞ୍ଚ ଦିନ ମଧ୍ୟରେ ଭାରତ ଛାଡନ୍ତୁ।