ନୂଆ ସଂସଦ ଭବନ ପ୍ରଥମ ଦିନ କାର୍ଯ୍ୟ ଦିବସରେ ମହିଳା ସଂରକ୍ଷଣ ବିଲ ଆଗତ
ନୂଆଦିଲ୍ଲୀ:(ସଂକେତ ଟିଭି) ଲୋକସଭା ଏବଂ ରାଜ୍ୟ ବିଧାନସଭାମାନଙ୍କରେ ମହିଳାମାନଙ୍କ ଲାଗି ୩୩ ଭାଗ ଆସନ ସଂରକ୍ଷିତ ରଖାଯିବ। ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ଆଜି ନୂଆ ସଂସଦର ପ୍ରଥମ ଅଧିବେଶନରେ ଏହି ବିଲ ଉପସ୍ଥାପନ ହୋଇଛି ।
ନୂଆ ସଂସଦ ଭାବନର ପ୍ରଥମ କାର୍ଯ୍ୟ ଦିବସକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହିଳା ସଶକ୍ତୀକରଣ ଦିଗରେ ଆଜିର ଦିନ ଐତିହାସିକ ହେବ । ମହିଳା ସଂରକ୍ଷଣ ଅଧିନିୟମ ଦ୍ବାରା ନାରୀ ସଶକ୍ତୀକରଣ ବଢିବ । ଐତିହାସିକ ମହିଳା ସଂରକ୍ଷଣ ବିଲକୁ ସମସ୍ତେ ସର୍ବସମ୍ମତ ପାରିତ କରନ୍ତୁ । ସେ କହିଛନ୍ତି ମହିଳାଙ୍କୁ ସଶକ୍ତ କରିବାକୁ ଇଶ୍ବର ଏହି ପରି ପବିତ୍ର କାମ କରିବାକୁ ମୋତେ ଇଶ୍ବର ବାଝିଛନ୍ତି । ପୁଣି ଥରେ ଆମ ସରକାର ଏ ଦିଗରେ ପାଦ ବଢାଇଛନ୍ତି । କ୍ୟାବିନେଟରେ ମହିଳା ସଂରକ୍ଷଣକୁ ମଞ୍ଜୁରୀ ମିଳିଛି । ଆଜି ଏହି ତାରିଖ ଇତିହାସରେ ଅମରତ୍ବ ପ୍ରାପ୍ତ କରିବାକୁ ଯାଉଛି । ନୂଆ ସଂସଦ ଭବନରେ ସଦନର ପ୍ରଥମ କାର୍ଯ୍ୟ ଦିବସ ଅବସରରେ ଦେଶର ନୂଆ ପରିବର୍ତ୍ତନର ଆହ୍ବାନ କରାଯାଇଛି । ମହିଳା ସଂରକ୍ଷଣ ବିଲ ନାରୀ ଶକ୍ତି ବନ୍ଦନ ଅଧିନିୟମ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଲୋକସଭାରେ ଏକ-ତୃତୀୟାଶଂ ଆସନ ସଂରକ୍ଷିତ ରହିବ ।